www.samajalive.in
Thursday, December 11, 2025
18.1 C
Bhubaneswar

କେ-୧୩ କ୍ୟାମ୍ପ ପୋଲର ସ୍ଥାୟୀତ୍ୱ ନେଇ ଅନିଶ୍ଚିତତା

ଯୋଡା: ସୁନା ନଦୀ ଉପରେ ନିର୍ମିତ କେ-୧୩ କ୍ୟାମ୍ପ ପୋଲ ଯୋଡା ସହରାଞ୍ଚଳ ତଥା ଯୋଡା ଗ୍ରାମାଞ୍ଚଳ ଅନ୍ତର୍ଗତ ରୋଇଡା,ଲୋଇଡାପଦା,ଗୁଆଲି ଓ ଜଲହରି ପଞ୍ଚାୟତ ସମେତ ସୁନ୍ଦରଗଡ ଜିଲା ଅନ୍ତର୍ଗତ କୋଇଡା ଗ୍ରାମାଞ୍ଚଳର ମାଲଦା,ପାଟ୍ଟମୁଣ୍ଡା,କାଶୀରା ଓ କୋଇଡା ପଞ୍ଚାୟତର ପ୍ରାୟ ଦେଢ ଲକ୍ଷ ଅଧିବାସୀଙ୍କ ସୁରକ୍ଷିତ ଯୋଗାଯୋଗର ବିକଳ୍ପ ମାଧ୍ୟମ ହୋଇଥିଲେ ମଧ୍ୟ ବ୍ୟାରିକେଡ଼ ନିର୍ମାଣ ନ ହେବା ଓ ଆପ୍ରୋଚ୍‍ ରାସ୍ତା ଧୋଇ ହୋଇଯିବା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ୨୦୦୮-୦୯ ଆର୍ଥିକ ବର୍ଷରେ ଖଣି କର୍ମଚାରୀଙ୍କ ଯାତାୟତର ସୁବିଧା ନିମନ୍ତେ ଆର.ପି.ସା ଓ ଖଣି ସଂସ୍ଥାର ଆର୍ଥିକ ଅନୁଦାନରେ ତ୍ରିବେଣୀ ଆର୍ଥ ମୁଭର୍ସ ନାମକ ଜୈନିକ ସଂସ୍ଥା ସମ୍ପୃକ୍ତ ସ୍ଥାନରେ ସୁନା ନଦୀ ଉପରେ ଏକ ସଂକୀର୍ଣ୍ଣ ଲୋୟର ଲେବୁଲ ପୋଲ ନିର୍ମାଣ କରିଥିଲା। ସେହି ବର୍ଷ ସୁନା ନଦୀରେ ବନ୍ୟା ଆସି ସମ୍ପୃକ୍ତ ପୋଲର ବ୍ୟାରିକେଡ୍‍କୁ ଭସାଇ ନେଇଥିଲା। ପରବର୍ତ୍ତୀ ସମୟରେ ପ୍ରତ୍ୟେକ ବର୍ଷ ମୌସୁମୀ ବର୍ଷା ଏବଂ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଉଭୟ ପାର୍ଶ୍ବ ଆପ୍ରୋଚ୍‍ ରାସ୍ତାକୁ ଧୋଇ ଯାଉଥିବା କାରଣରୁ ବର୍ଷର ପ୍ରାୟ ୭୦ ଦିନରୁ ଅଧିକ ଦିନ ଏହି ସମସ୍ତ ଅଞ୍ଚଳର ଅଧିବାସୀ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଥିବା ଜଣାପଡିଛି।

ବ୍ୟାରିକେଡ୍‍ ବିହୀନ ଏହି ସଂକୀର୍ଣ୍ଣ ପୋଲରେ ଯାତାୟତ ଯେ କେତେ ସୁରକ୍ଷିତ ତାହା କେବଳ ଏହାର ବ୍ୟବହାରକାରୀଙ୍କୁ ଜଣା। ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ କାର୍ଯ୍ୟକ୍ରମରେ ଖଣି ପ୍ରଭାବିତ ଇଲାକାରେ ବାର୍ଷକ କୋଟି କୋଟି ଟଙ୍କାର ବ୍ୟୟ ଏବଂ ଡିଷ୍ଟ୍ରିକ୍‍ ମିନେରାଲ ଫଣ୍ଡରେ ୨୮୭୮ କୋଟିରୁ ଊର୍ଦ୍ଧ୍ବ ରାଶି ମହଜୁଦ କାହା ସ୍ୱାର୍ଥରେ ବୋଲି ଏହି ଖଣି ପ୍ରଭାବିତ ଲକ୍ଷାଧିକ ଅନୁସୂଚିତ ଅଞ୍ଚଳବାସୀ ଏହି ଅବସରରେ ଏକ ବୈଧାନିକ ପ୍ରଶ୍ନ ଉତ୍ଥାପିତ କରିଥିବାର ଖବର ମିଳିଛି। ଚଳିତ ମୌସୁମୀ ବର୍ଷା ପୂର୍ବରୁ ସମ୍ପୃକ୍ତ ସ୍ଥାନରେ ସୁନା ନଦୀ ଉପରେ ଏକ ହାଇ ଲେବୁଲ ସୁରକ୍ଷିତ ପୋଲ ନିର୍ମାଣ ସହ ସ୍ଥାୟୀ ଆପ୍ରୋଚ୍‍ ରାସ୍ତା ନିର୍ମାଣ ନିମନ୍ତେ ନୀତିଗତ ନିଷ୍ପତ୍ତି ଗ୍ରହଣ ନକରିଲେ ସମ୍ପୃକ୍ତ ଅଞ୍ଚଳର ଆଦିମ ଅଧିବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ନିମନ୍ତେ ବାଧ୍ୟ ହେବେ ବୋଲି ଘୋଷଣା କରିଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories