www.samajalive.in
Tuesday, December 9, 2025
16.1 C
Bhubaneswar

କୁଷ୍ଠାଶ୍ରମରେ ନାରାୟଣମାନଙ୍କ ସହ ସାମ୍ବାଦିକମାନେ ପାଳିଲେ ମକର ସଂକ୍ରାନ୍ତି

ରେଙ୍ଗାଲି କ୍ୟାମ୍ପ : ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଏହି ଦିନର ମହତ୍ୱକାଂକ୍ଷାକୁ ଯଥାର୍ଥ ରୂପ ଦେଇପାରିଛନ୍ତି  ଅତାବିରାର କିଛି ସାମ୍ବାଦିକ ଭାଇମାନେ। ଅତାବିରା ଏନ୍‌ଏ  ସ୍ଥିତ ୱାର୍ଡ ନଂ ୪ର ଝାଉଁ ନଦୀ କୂଳରେ ଥିବା କୁଷ୍ଠାଶ୍ରମରେ  ରହୁଥିବା ୨୩ଟି ନାରାୟଣ ପରିବାରଙ୍କୁ କମ୍ବଳ, ଫଳ ଓ ବିସ୍କୁଟ ବଣ୍ଟନ କରି ସେମାନଙ୍କ ସହ ଆନ୍ତରିକତା ସୃଷ୍ଟି କରିଥିଲେ । ଏହା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଗୁଡିକୁ ପଚାରି ବୁଝିଥିଲେ। ଆଗରୁ ସେଠାରେ ୧୦୦ ରୁ ୨୦୦ ପରିବାର ରହୁଥିଲେ। ହେଲେ ମୌଳିକ ସୁବିଧା ରୁ ବଞ୍ଚିତ ହେବାରୁ କାଳକ୍ରମେ ସେମାନେ ଅନ୍ୟ ସ୍ଥାନକୁ ପଳେଇଲେ। ବର୍ତ୍ତମାନ ଯେଉଁମାନେ ଅଛନ୍ତି ସେମାନେ ବି ଅନେକ ପ୍ରକାର ଅସୁବିଧାରେ ରହୁଥିବା ସେମାନେ ପ୍ରକାଶ କରିଥିଲେ। ସକାଳୁ ପ୍ରାୟ ୭ତା ରୁ ଏହି ଆଶ୍ରମକୁ ଯାଇ ସମସ୍ତଙ୍କ ଉପସ୍ଥିତିରେ ପ୍ରଥମେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା ଓ ଏହାପରେ କମ୍ବଳ ଓ ଫଳ, ବିସ୍କୁଟ ବଣ୍ଟନ କରାଯାଇଥିଲା। ସାମ୍ବାଦିକ ନବୀନ ଦାଶ,ଆକାଶ ମିଶ୍ର,ଜନେକରାମ ଦାଶ ଓ ଖିରୋଜ୍  ନାୟକ  ମିଳିତ ଭାବରେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଥିବାବେଳେ  ବିନୟ ଦାଶ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories