www.samajalive.in
Thursday, December 11, 2025
27.1 C
Bhubaneswar

ଜନ୍ମାଷ୍ଟମୀର ପବିତ୍ରତା

ମାନବ ଜନ୍ନ ସର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ । ମାନବ ଜୀବନ ସବୁଠାରୁ ସୁନ୍ଦର ଓ ସର୍ବୋତ୍ତମ । ଏହାର ଏପରି କିଛି ବିଶେଷତ୍ୱ ରହିଛି ଯେ ଏ ମଧୁରତାକୁ ଅନୁଭବ କରିବା ନିମନ୍ତେ ଭଗବାନ ମଧ୍ୟ ଏହି ମାନବ ଜନ୍ମ ନେଇଥାଆନ୍ତି।

ଶାସ୍ତ୍ର ଅନୁଯାୟୀ “ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅଭ୍ୟୁଥାନମ ଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍, ପରିତ୍ରାଣାୟ ସାଧୁନାମ୍, ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ”.., ଯେତେବେଳେ ଧର୍ମ ସଙ୍କଟରେ ପଡିଥାଏ , ଭୂଖଣ୍ଡରେ ପାପ ଓ ଗ୍ଲାନି ବୃଦ୍ଧି ପାଏ, ସାଧୁଙ୍କୁ ରକ୍ଷା ଓ ଦୁଷ୍ଟାତ୍ମାଙ୍କ ବିନାଶ ପାଇଁ , ଧର୍ନ ରକ୍ଷାର୍ଷେ ସ୍ୱଂୟ ଭଗବାନ ବିଷ୍ଣୁ ଧରା ପୃଷ୍ଟରେ ଜନ୍ମ ନିଅନ୍ତି । ଏହାକୁ ଅବତାର କୁହାଯାଇଥାଏ । ମାତ୍ର ଭଗବାନ କୃଷ୍ଣ ଅବତାର ନୁହନ୍ତି ଅବତାରୀ ।

- Advertisement -

ଭଗବାନଙ୍କ ବିଷ୍ଣୁଙ୍କର ଏକ ସୌମ୍ୟ ,ଶାନ୍ତ ଓ କାନ୍ତିର ସ୍ୱରୂପ ହେଉଛନ୍ତି ମହାପ୍ରଭୁ ଶ୍ରୀକୃଷ୍ଣ, ଯାହାଙ୍କୁ ଲୀଳାଧର କୁହାଯାଏ। ଏହା ବ୍ୟତୀତ ତାଙ୍କୁ ଦେବକୀ ନନ୍ଦନ, ଗିରିଧାରୀ, ନାଟୁଆ ନଟବର, ଦାମୋଦର ଏପରି ବହୁ ନାମରେ ଭକ୍ତ ପ୍ରାର୍ଥନା କରିଥାଆନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ‘ଭଗବତ୍ ଗୀତା’ ହେଉଛି ହିନ୍ଦ ଧର୍ମର ପବିତ୍ର ଗ୍ରନ୍ଥ । ଏହା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖ ନିଃସୃତ ବାଣୀ ।

ଶ୍ରୀକୃଷ୍ଣଙ୍କର ଜନ୍ମ ଦିବସକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। କେବଳ ଭାରତ କାହିଁକି ସାରା ବିଶ୍ୱରେ କୃଷ୍ଣପ୍ରେମୀ ଭକ୍ତ ଏହାକୁ ଧୂମଧାମରେ ପାଳନ କରିଥାଆନ୍ତି । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଇଥାଏ। ଏହି ଦିନଟିକୁ ଧୂମଧାମରେ ପାଳନ କରାଯାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଧ୍ୟ ରାତ୍ରିରେ ରୋହିଣୀ ନକ୍ଷତ୍ରରେ ହୋଇଥିଲା। ଏହି ପବିତ୍ର ଦିନ ଭକ୍ତ ମାନେ ଦିନ ଯାକ ଉପବାସ ରହିଥାଆନ୍ତି। ମାନ୍ୟତା ରହିଛି ଯେ ଯେଉଁ ମାନେ ଏହି ଦିନ ପବିତ୍ର ହୃଦୟରେ ଜନ୍ମାଷ୍ଟମୀର ମହାତ୍ମ୍ୟ ପଢନ୍ତି ଅଥବା ଶୁଣନ୍ତି ସେମାନେ ଜୀବନର ସମସ୍ତ ପ୍ରକାରର ସୁଖ ଭୋଗ କରି ବୈକୁଣ୍ଠକୁ ଯାଇଥାଆନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories