www.samajalive.in
Thursday, December 11, 2025
27.1 C
Bhubaneswar

କେଦାରନାଥ ଧାମ ପାଦଚଲା ଯାତ୍ରା ମାର୍ଗରେ ମୋବାଇଲ ସଂଯୋଗ ଯୋଗାଇଲା ଜିଓ

ଡେରାଡୁନ / ଭୁବନେଶ୍ୱର: କେଦାରନାଥ ଧାମ ମନ୍ଦିରର ପାଦଚଲା ଯାତ୍ରା ମାର୍ଗରେ ମୋବାଇଲ ଯୋଗାଯୋଗ ପ୍ରଦାନ କରିବାରେ ରିଲାଏନ୍ସ ଜିଓ ପ୍ରଥମ ଅପରେଟର ହୋଇଛି । ଜିଓ ଦ୍ୱାରା ଗୌରୀକୁଣ୍ଡ ଏବଂ କେଦାରନାଥ ଧାମ ମଧ୍ୟରେ ସମୁଦାୟ ୫ଟି ଟାୱାର ସ୍ଥାପନ କରାଯିବ । କମ୍ପାନି ଦ୍ୱାରା ଛୋଟି ଲିଂଚୋଲି, ଲିଂଚୋଲି ଏବଂ ରୁଦ୍ରପଏଂଟରେ ତିନିଟି ଟାୱାର ସ୍ଥାପନ କରାଯାଇ ସାରିଛି । ଅନ୍ୟ ଦୁଇଟି ଟାୱାର ମଧ୍ୟ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ । ଜିଓ କେବଳ ୪ଜି ନେଟୱର୍କ ଚଳାଉଥିବାରୁ ଯାତ୍ରା ସମୟରେ ଲୋକମାନେ ସମଗ୍ର ଯାତ୍ରାମାର୍ଗରେ ୪ଜି କଭରେଜ୍ ସୁବିଧା ପାଇବେ । ଉଲ୍ଲେଖଯୋଗ୍ୟ ଯେ କେଦାରନାଥ ମନ୍ଦିର ପଥଚାରୀ ମାର୍ଗରେ କୌଣସି ଅପରେଟରଙ୍କର ମୋବାଇଲ ସେବା ନଥିବା କାରଣରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ବଦ୍ରିନାଥ କେଦାରନାଥ ମନ୍ଦିର କମିଟିର ଚେୟାରମ୍ୟାନ ଅଜୟ ଅଜେନ୍ଦ୍ର ଏବଂ ସିଇଓ ବି ଡି ସିଂହ ଆନୁଷ୍ଠାନିକ ଭାବେ ଏହି ସେବା ଆରମ୍ଭ ଘୋଷଣା କରିଛନ୍ତି । କେଦାରନାଥ ପଥଚାରୀ ମାର୍ଗରେ ଜିଓର ମୋବାଇଲ ସଂଯୋଗ ଆରମ୍ଭକୁ ଚେୟାରମ୍ୟାନ ଅଜୟ ଅଜେନ୍ଦ୍ର ଏକ ଆଶ୍ୱସ୍ତିଭରା ଖବର ବୋଲି କହିଛନ୍ତି । ସେ ଆଶା ପ୍ରକଟ କରିଛନ୍ତି ଯେ ବର୍ତମାନ ଜରୁରୀ ପରିସ୍ଥିତିରେ ପ୍ରଶାସନ ଶୀଘ୍ର ସହାୟତା ଯୋଗାଇ ଦେବ ।

- Advertisement -

ରିଲାଏନ୍ସ ଜିଓ ସୋନପ୍ରୟାଗ ପରି ଏକ ଗୁରୁତ୍ୱପୂର୍ଣ୍ଣ ରହଣୀ ସ୍ଥଳରେ ଏକ ପୂର୍ଣ୍ଣ କ୍ଷମତା ବିଶିଷ୍ଟ ମୋବାଇଲ ଟାୱାର ସ୍ଥାପନ କରିଛି । ଟ୍ରାଫିକ ବଢ଼ିବା ସମୟରେ ଏହି ଟାୱାର ନେଟୱର୍କର ଅତିରିକ୍ତ ଭାର ବହନ କରିବା କ୍ଷମତା ରଖିଛି । ଫଳରେ ଯଦି ମୋବାଇଲ ଟ୍ରାଫିକ ବୃଦ୍ଧି ହୁଏ ତା’ହେଲେ ଏହା ସ୍ୱାଭାବିକ ଭାବେ କାର୍ଯ୍ୟ କରିବ । ଚାରଧାମ ଯାତ୍ରାରେ ନେଟୱର୍କ କଭରେଜ ବୃଦ୍ଧି କରିବାକୁ ଜିଓ ଦ୍ୱାରା ୧୦ଟି ଅତିରିକ୍ତ ସମାଧାନ ମଧ୍ୟ ସ୍ଥାପନ କରାଯାଉଛି । ଯାହାଦ୍ୱାରା ସ୍ଥାନୀୟ ଲୋକ ଏବଂ ଅନ୍ୟ ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ନେଟୱର୍କ ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

କୋଭିଡ କାରଣରୁ ଦୁଇବର୍ଷ ପରେ ଆରମ୍ଭ ହୋଇଥିବା ଚାରଧାମ୍ ଯାତ୍ରାରେ ରେକର୍ଡ ସଂଖ୍ୟକ ଯାତ୍ରୀ ଚଳିତ ବର୍ଷ ଦେବଭୂମି ଉତ୍ତରାଖଣ୍ଡକୁ ଆସୁଛନ୍ତି । ଏଭଳି ସ୍ଥିତିରେ ଭ୍ରମଣ ମାର୍ଗରେ ବ୍ୟାପକ ୪ଜି ନେଟୱର୍କର ଉପଲବ୍ଧତା ଆଶ୍ୱସ୍ତି ଦେଇଛି । ଉତ୍ତରାଖଣ୍ଡରେ ରିଲାଏନ୍ସ ଜିଓ ଏକମାତ୍ର ନେଟୱର୍କ ଯାହା ଚାରିଟି ଧାମ ସମେତ ଶ୍ରୀ ହେମକୁଣ୍ଡ ସାହିବରେ ଉପଲବ୍ଧ ହେଉଛି । ଚାରଧାମକୁ ମୋବାଇଲ ନେଟୱର୍କ ଓ ଫାଇବର କେବୁଲ ସହିତ ସଂଯୋଗ କରିବାରେ ଜିଓ ହେଉଛି ଏକମାତ୍ର ଅପରେଟର ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories