ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଏବଂ ରିଅଲମି ଶସ୍ତା ୪ଜି ସ୍ମାର୍ଟଫୋନ ଉପରେ କାମ କରୁଛନ୍ତି । ଏନେଇ ଆନୁଷ୍ଠାନିକ ଭାବେ ରିଲାଏନ୍ସ ଜିଓ ଘୋଷଣା କରିଛି। ଇଣ୍ଡିଆନ ମୋବାଇଲ୍ କଂଗ୍ରେସ ୨୦୨୦ରେ ରିଲାଏନ୍ସ ଜିଓର ଭାଇସ୍ ପ୍ରେସିଡେଣ୍ଟ ସୁନୀଲ ଦତ୍ତ କହିଛନ୍ତି ଯେ, ରିଅଲମି ଏବଂ ଜିଓ ଶସ୍ତା ୪ଜି ସ୍ମାର୍ଟଫୋନ୍ ଏବଂ ସ୍ମାର୍ଟ ସଂଯୁକ୍ତ ଉପକରଣ ନିର୍ମାଣକୁ ନେଇ କାମ କରୁଛନ୍ତି। ଯାହାର ମୂଲ୍ୟ ଶସ୍ତା ରହିବ। ଯାହାଦ୍ୱାରା ଦେଶର ସମସ୍ତ ୨ଜି ବ୍ୟବହାରକାରୀଙ୍କୁ ୪ଜି ନେଟୱାର୍କକୁ ଅଣାଯାଇପାରିବ।
ସୁନୀଲ ଦତ୍ତ କହିଛନ୍ତି, ‘ଏକ ସଂଗଠନ ଭାବରେ ଆମେ(ରିଲାଏନ୍ସ) ୪ଜି ବ୍ୟବହାରକାରୀଙ୍କ ପାଇଁ ଜିଓ ଫୋନକୁ ବହୁତ କମ୍ ମୂଲ୍ୟରେ ଲଞ୍ଚ କରୁଛୁ। ଯାହାଦ୍ବାରା ଲୋକମାନେ ଉପକୃତ ହୋଇ ପାରିବେ।
ବଜାରକୁ ଆସିବ ଜିଓ-ରିଅଲମିର ଶସ୍ତା ୪ଜି ସ୍ମାର୍ଟଫୋନ
Popular Categories



