www.samajalive.in
Monday, December 8, 2025
27.1 C
Bhubaneswar

ଭୟଙ୍କର ଘୂର୍ଣ୍ଣିଝଡ଼ ‘ଜେବି’ ପ୍ରଭାବରେ ଜାପାନରେ ବ୍ୟାପକ କ୍ଷୟକ୍ଷତି

ଟୋକିଓ : ଭୟଙ୍କର ଘୂର୍ଣ୍ଣିଝଡ଼ ‘ଜେବି’ ପ୍ରଭାବରେ ଜାପାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ଝଡ଼ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତିକୁ ଅଧିକ ଭୟାବହ କରି ଦେଇଛି। ପଶ୍ଚିମ ଜାପାନର ୩ଲକ୍ଷ ଲୋକଙ୍କୁ ନିରାପଦ ଅଞ୍ଚଳକୁ ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଲୋକମାନଙ୍କୁ ଶୀଘ୍ର ନିରାପଦ ଅଞ୍ଚଳକୁ ଚାଲିଯିବା ପାଇଁ ନିବେଦନ କରିବା ସହ ଲୋକମାନଙ୍କ ସୁରକ୍ଷା ଲାଗି ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ମୃତକଙ୍କ ସଂପର୍କରେ ସବିଶେଷ ତଥ୍ୟ ଆସି ନ ଥିଲେ ମଧ୍ୟ ଅନେକ ଲୋକ ଆହତ ହୋଇଥିବା ଜଣା ପଡିଛି। କାନସାଇ ବିମାନ ବନ୍ଦର ନିକଟରେ ୨,୫୯୧ ଟନ ଓଜନର ଏକ ଟ୍ୟାଙ୍କରକୁ ବୋହି ନେଉଥିବା ଏକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ସୌଭାଗ୍ୟ ବଶତଃ ଜାହାଜ କର୍ମଚାରୀମାନେ ରକ୍ଷା ପାଇ ଯାଇଛନ୍ତି। ୧.୧୯ ମିଲିୟନ ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପଶ୍ଚିମ ବନ୍ଦର ନଗରୀରେ ୧,୫୦୦ ଅସ୍ଥାୟୀ ଶିବିର ଖୋଲାଯାଇଛି। ମଙ୍ଗଳବାର ଅପରାହ୍ନରୁ ଜାପାନରେ ପ୍ରବଳ ବର୍ଷା ଓ ଖୁବ୍‍ଜୋର୍‍ରେ ପବନ ବହୁଛି।

ବିଗତ ୨୫ ବର୍ଷ ମଧ୍ୟରେ ଏହାକୁ ସବୁଠାରୁ ଭୟଙ୍କର ଘୂର୍ଣ୍ଣିଝଡ଼ ବୋଲି କୁହାଯାଉଛି। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୨୧୬ କିଲୋମିଟର ବେଗରେ ପବନ ବହୁଛି। ଜାପାନରେ ୬ଶହରୁ ଅଧିକ ବିମାନ ଚଳାଚଳକୁ ବାତିଲ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories