www.samajalive.in
Monday, December 8, 2025
27.1 C
Bhubaneswar

ଅଧୁରା ରହିଲା ଜଗା ଦର୍ଶନ: ଦୁର୍ଘଟଣା ନେଲା ୪ ଜୀବନ

ଜଳେଶ୍ୱର : ଅଧାରେ ରହିଲା ପୁରୀ ତ୍ରୀର୍ଥ ଯାତ୍ରା। କଲିକତାରୁ ପୁରୀ ଆସୁଥିବା କ୍ରିଷ୍ଣା ନାମକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଜାତୀୟ ରାଜପଥ ରାସ୍ତା ପାଖ ୨୦ ଫୁଟ ତଳ ବିଲକୁ ଓଲଟିଲା ବସ୍ । ଜଣେ ମହିଳାଙ୍କ ସମେତ ୩ ପୁରୁଷଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି।  ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ୬୦ନଂ ଜାତୀୟ ରାଜପଥ ଚାଲନ୍ତି ବାଇପାସ ନିକଟରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ କ୍ରୀଷ୍ଣା ନାମକ ଏକ ଯାତ୍ରୀବାହୀ ବସ୍  ଉତ୍ତର ପ୍ରଦେଶରୁ ୫୭ ଜଣରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ଗତ ୧୮ ତାରିଖରୁ ବାହାରି କଲାକତାରୁ ପୁରୀ ଅଭିମୁଖେ ଯାଉଥିଲା ।  ରାତି ପ୍ରାୟ ୧ଟା ସମୟରେ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ବସ୍‌ଟି ରାସ୍ତା ପାଖ ୨୦ ଫୁଟ ତଳ ବିଲକୁ  ଖସି ପଡ଼ିଥିଲା । ଫଳରେ ବସ୍ ତଳେ ସମସ୍ତ ଯାତ୍ରୀ ଚାପିହୋଇ ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ବସ୍ ଭିତରୁ ୫୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା। ସେଥି ମଧ୍ୟରୁ ୧୭ରୁ ଅଧିକ ଯାତ୍ରୀଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବଂ ଆଉ କିଛି ଯାତ୍ରୀ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାରେ ଜଣେ ମହିଳା ସମେତ ୪ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଜଳେଶ୍ଵର ଆଇଆଇସି ରଞ୍ଜନ ସେଠୀ ନିଜେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ଜଳେଶ୍ଵର ଏସଡିପିଓ ଦିଲୀପ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଓ ହେଲପର୍‌ ଫେରାର ଅଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories