www.samajalive.in
Monday, December 8, 2025
27.1 C
Bhubaneswar

ଲକ ଡାଉନ ସମୟରେ ସାମାଜିକ ଦୂରତ୍ବର ତଦାରଖ କରୁଛନ୍ତି ଜିଲାପାଳ

ଯାଜପୁର : କୋରୋନା ସଂକ୍ରମଣକୁ ରୋକିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଯାଜପୁର ଜିଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । କିଆନାଳି ଛକରେ ଥିବା ଆରଏମସି ପରିବା ମାର୍କେଟ ଏବଂ ମୋଟରଂଗାପାଳର ଆମିଷ ମାର୍କେଟକୁ ବାଳାଶ୍ରମ ପଡିଆକୁ ଉଠାଇ ଦିଆଯାଇଛି । ଫଳରେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଦୂରତ୍ୱ ବଜାୟ ରହିବ। ଗ୍ରାହକ ମାନେ ଦୂରରେ ରହିବା ପାଇଁ ଚିହ୍ନ ଦିଆଯାଇଛି । ଜିଲାପାଳ ନିଜେ ବାଳାଶ୍ରମ ପଡିଆ ଯାଇ ସେଠାରେ ତଦାରଖ କରିଥିଲେ । ଏଠାରେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ୟ୍ୟନ୍ତ ଖୋଲା ରହିବ । ସେହିପରି ବିରଜା ସାପ୍ତାହିକ ହାଟରେ ରହିଥିବା ଦୋକାନ ମଧ୍ୟରୁ ୫୦ଟି ଦୈନିକ ଖୋଲିବା ପାଇଁ ନିଷ୍ପତି ହୋଇଛି ।

- Advertisement -

ପ୍ରତ୍ୟେକ ଦିନ ଏହି ଦୋକାନ ଗୁଡିକ ଖୋଲା ରହିବ । ହାଟରେ ରହିଥିବା ସମସ୍ତ ଦୋକାନକୁ ନ ଖୋଲି ପର୍ଯ୍ୟାୟ କ୍ରମରେ ଖୋଲାଗଲେ ଭିଡକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଜିଲାପାଳ କହିଛନ୍ତି । ଘରେ ରୁହନ୍ତୁ, ଯେତିକି ଜିନିଷ ଆବଶ୍ୟକ ସେତିକି ଜିନିଷ କିଣିବାକୁ ପରାମର୍ଶ ଦିଆଯାଇଛି । ଆଇନ ଉଲଙ୍ଘନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଜିଲାପାଳ ଚେତାବନି ଦେଇଛନ୍ତି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories