www.samajalive.in
Sunday, December 7, 2025
13.1 C
Bhubaneswar

ଭାରତ ବିପକ୍ଷ ଶେଷ ୩ ଟେଷ୍ଟରୁ ଜ୍ୟାକ୍‌ ଲିଚ୍‌ ବାଦ୍‌

ନୂଆଦିଲ୍ଲୀ: ଭାରତ ବିପକ୍ଷ ଶେଷ ୩ ଟେଷ୍ଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳକୁ ବଡ଼ ଧକ୍କା ଲାଗିଛି। ଦଳର ପ୍ରମୁଖ ସ୍ପିନର ଜ୍ୟାକ୍‌ ଲିଚ୍‌ ଆହତ ପାଇଁ ଅବଶିଷ୍ଟ ୩ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। କହୁଣୀରେ ଆଘାତ ଲାଗି ଲିଚ୍‌ ବାଦ୍‌ ପଡ଼ିଛନ୍ତି। ହାଇଦରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ସମୟରେ ଲିଚ୍‌ ଆହତ ହୋଇଥିଲେ। ତାଙ୍କ କହୁଣୀରେ ଆଘାତ ଲାଗିଥିଲା। ଉକ୍ତ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଥିଲା। ଉକ୍ତ ମ୍ୟାଚରେ ଲିଚ୍‌ ହାଇଦରାବାଦ ଟେଷ୍ଟରେ ଦୁଇଟି ୱିକେଟ ନେଇଥିଲେ। ଆହତ ପାଇଁ ଲିଚ୍‌ ବିଶାଖାପାଟଣାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ଖେଳିନଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ସେ ଅବଶିଷ୍ଟ ୩ ଟେ​‌ଷ୍ଟ ମ୍ୟାଚ ଖେଳିପାରିବେ ନାହିଁ ବୋଲି ଇଂଲଣ୍ଡ ୱେଲ୍‌ସ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି। ଲିଚ୍‌ ଆବୁଧାବି ଦେଇ ଇଂଲଣ୍ଡ ଫେରିଯିବେ। ସମରସେଟ୍‌ ମେଡ଼ିକାଲ ଦଳ ନିକଟରେ ଚିକିତ୍ସିତ ହେବେ। ତାଙ୍କ ବଦଳ ଖେଳାଳିଭାବେ କାହାରିକୁ ଦଳରେ ସାମିଲ କରାଯିବ ନାହିଁ ବୋଲି ଇସିବି ପକ୍ଷରୁ କୁହାଯାଇଛି। ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ବର୍ତ୍ତମାନ ୧-୧ ବରାବର ରହିଥିବାରୁ ୧୫ରୁ ରାଜ୍‌କୋଟ୍‌ରେ ୩ୟ ଟେଷ୍ଟ ମ୍ୟାଚ ଖେଳାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories