www.samajalive.in
Tuesday, December 9, 2025
16.1 C
Bhubaneswar

ଇସ୍ରାଏଲ-ହମାସ ଯୁଦ୍ଧ : ଆଜିଠାରୁ ଅସ୍ତ୍ର ବିରତି

ତେଲ୍‌ ଆବିଭ୍‌ : ଇସ୍ରାଏଲ ଓ ହମାସ ମଧ୍ୟରେ ହେବାକୁ ଥିବା ପଣବନ୍ଦୀ ଅଦଳବଦଳ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ଯୁଦ୍ଧ ବନ୍ଦ ବା ଅସ୍ତ୍ର ବିରତି ପୂର୍ବକ ଉଭୟ ପକ୍ଷ ମଧ୍ୟରେ ପଣବନ୍ଦୀ ଅଦଳବଦଳ ହେବାକୁ ବୁଝମଣା ଚୂଡାନ୍ତ ହୋଇଥିଲା।  ତେବେ କେତେକ ବୈଷୟିକ କାରଣକୁ ନେଇ ଏହାକୁ ଦିନେ  ସ୍ଥଗିତ ରଖାଯିବା ପରେ ଆଜିଠାରୁ ପଣବନ୍ଦୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ।  ବୁଝାମଣା ଅନୁଯାୟୀ ହମାସ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଇସ୍ରାଏଲ ନାଗରିକଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୦ଜଣଙ୍କୁ ମୁକ୍ତ କରିବେ। ପ୍ରତିବଦଳରେ ଇସ୍ରାଏଲ ୪ଦିନ ପାଇଁ ଯୁଦ୍ଧ ବନ୍ଦ କରିବ। ଏହା ସହିତ ୧୫୦ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ। ଇସ୍ରାଏଲ ଅଧୀନରେ ଏବେ ପ୍ରାୟ ୩୦୦ ପାଲେଷ୍ଟାଇନ ନାଗରିକ ବନ୍ଦୀ ଅଛନ୍ତି। ସେହିପରି ହମାସ ଆତଙ୍କବାଦୀଙ୍କ କବଳରେ ଏବେ ୨୪୦ଜଣ ପଣବନ୍ଦୀ ରହିଛନ୍ତି। ଗୁରୁବାର ଠାରୁ ଯୁଦ୍ଧ ବନ୍ଦ ସହିତ ପଣବନ୍ଦୀ ଅଦଳବଦଳ ପ୍ରକ୍ରିୟା କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏହାକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଶୁକ୍ରବାର ସକାଳୁ ଏହି ବନ୍ଦୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆମେରିକା କହିଛି। ପ୍ରଥମ ପର୍ଯ୍ୟାୟରେ ମହିଳା ଓ ଶିଶୁମାନଙ୍କୁ ଉଭୟ ପକ୍ଷ ମୁକ୍ତ କରିବେ। ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ହମାସ ଆତଙ୍କବାଦୀମାନେ କେଉଁ ପଣବନ୍ଦୀଙ୍କୁ ମୁକ୍ତ କରିବେ ତାର ତାଲିକା ଇସ୍ରାଏଲ ନିକଟରେ ପହଞ୍ଚି ନାହିଁ। ବୁଧବାର ସନ୍ଧ୍ୟାରେ ଏହି ତାଲିକା ପହଞ୍ଚିବାର ଥିଲା। ମାତ୍ର ତାଲିକା ନ ପହଞ୍ଚିବାରୁ ଏହି ଅଦଳବଦଳ କାର୍ଯ୍ୟ ବିଳମ୍ବିତ ହୋଇଛି। ହମାସ ଯଦି ପଣବନ୍ଦୀଙ୍କ ତାଲିକା ଦେବାରେ ବିଳମ୍ବ କରେ ତେବେ ବୁଝାମଣା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବ। ତେବେ ଇସ୍ରାଏଲ ଯେଉଁ ବୁଝାମଣାକୁ ଅନୁମୋଦନ କରିଛି ତାହା ବୈଧ ରହିଛି ଓ କାର୍ଯ୍ୟକାରୀ ହେବା ନିଶ୍ଚିତ ବୋଲି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଆଡ୍ରିଏନ ୱାଟସନ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories