ତେଲଆଭିଭ୍: ୟେମେନରେ ସକ୍ରିୟ ଥିବା ହୁତି ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ରବିବାର ହୁତି କରିଥିବା ଡ୍ରୋନ ଆକ୍ରମଣରେ ଇସ୍ରାଏଲର ଏକ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି। ଇଲାଟ୍ ସହରସ୍ଥିତ ରୋମାନ ଏୟାରପୋର୍ଟର ଯାତ୍ରୀ ଆଶ୍ରୟସ୍ଥଳ ନଷ୍ଟ ହୋଇଛି। ଏହି ଆକ୍ରମଣ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଇସ୍ରାଏଲ ମିଲିଟାରୀ ମୁଖପାତ୍ର ହୁତିର ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରିବା ସହିତ ଏହାର ତଦନ୍ତ କରାଯାଉଥିବା କହିଛନ୍ତି। ରୋମାନ ବିମାନବନ୍ଦର ଇସ୍ରାଏଲର ଇଲାଟ ସହର ନିକଟରେ ଅବସ୍ଥିତ। ଏହା ଜୋର୍ଡାନ, ଇଜିପ୍ଟ ସୀମାରେ ଅବସ୍ଥିତ। ଏଠାରୁ ଘରୋଇ ବିମାନ ସବୁ ଉଡାଣ କରିଥାଏ। ଆକ୍ରମଣ ସମ୍ପର୍କରେ ହୁତି ପକ୍ଷରୁ କୁହାଯାଇଛି ଯେ ପାଲେଷ୍ଟାଇନର ଗାଜା ଉପରେ ଇସ୍ରାଏଲ କରୁଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଏପରି ଆକ୍ରମଣ ହୋଇଛି। ଏହା ସହିତ ନିକଟରେ ଇସ୍ରାଏଲ ହୁତି ବିଦ୍ରୋହୀଙ୍କ ଉପରେ ନିକଟରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ହୁତିର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା।
୧୫ ସେପ୍ଟେମ୍ବର ପରେ ଏହି ୪ ରାଶିଙ୍କ ପାଇଁ ଆସୁଛି ବଡ ଖୁସି ; ଶୁକ୍ର ଚଳନ ପରେ ହେବେ ହଠାତ୍ ଧନୀ, ମିଳିବ ସଫଳତା..



