www.samajalive.in
Monday, December 8, 2025
20.1 C
Bhubaneswar

ମୋସାଦ ମୁଖ୍ୟାଳୟ ପାଖରେ ମାଡ଼ ହେଲା ଇରାନ କ୍ଷେପଣାସ୍ତ୍ର, ଭିଡିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ଗତ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ଇରାନ ପକ୍ଷରୁ ଶତାଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇସ୍ରାଏଲ ଏହାର ଆଇରନ ଡୋମ ଜ୍ଞାନକୌଶଳ ଜରିଆରେ ବହୁ କ୍ଷେପଣାସ୍ତ୍ରକୁ ଆକାଶରେ ଧ୍ବଂସ କରିବାରେ ସଫଳ ହୋଇଥିଲା। ହେଲେ ଅନେକ କ୍ଷେପଣାସ୍ତ୍ର ଟାର୍ଗେଟ ସ୍ଥଳରେ ମାଡ଼ ହୋଇଥିଲା। ସେଗୁଡ଼ିକ ମଧ୍ୟରୁ ଗୋଟିଏ କ୍ଷେପଣାସ୍ତ୍ର ତେଲ ଆଭିଭରେ ଥିବା ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ ମୁଖ୍ୟାଳୟ ପାଖରେ ମାଡ଼ ହୋଇଥିଲା। ଏଠାରୁ ପ୍ରାୟ ୩ କିଲୋମିଟର ଦୂର ହର୍ଜଲିୟାଠାରେ ଥିବା ଏକ ବଡ଼ ଆପାର୍ଟମେଣ୍ଟ ନିକଟରୁ ଭିଡିଓ ଉତ୍ତୋଳନ କରାଯାଇଛି। ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। କିନ୍ତୁ କ୍ଷେପଣାସ୍ତ୍ର ମାଡ଼ ସ୍ଥଳରୁ ୧୦୦ ମିଟର ଦୂରରେ ଏକ ସିନେମା କଂପ୍ଲେକ୍ସ ରହିଥିଲା। ସେଠାରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲେ ପରିସ୍ଥିତ ସଙ୍ଗୀନ ହୋଇଥାଆନ୍ତା ବୋଲି କୁହାଯାଉଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories