www.samajalive.in
Tuesday, December 9, 2025
17.1 C
Bhubaneswar

ଆଇପିଏଲ୍‍: ଖେଳାଳିଙ୍କ ସଂଗରୋଧ ପ୍ରକ୍ରିୟା ଆରମ୍ଭ

ମୁମ୍ବଇ : ଗୋଟିଏ ପଟେ ବିସିସିଆଇର ଅଧିକାରୀମାନେ ଚଳିତବର୍ଷର ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ପାଇଁ ଟାଇଟଲ ଖୋଜିବାରେ ବ୍ୟସ୍ତ। ଅନ୍ୟପଟେ ଫ୍ରାଞ୍ଚାଇଜିମାନେ ଦଳବଳ ସହ ୟୁଏଇ ଯିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ୮ଟିଯାକ ଫ୍ରାଞ୍ଚାଇଜି ଆଇପିଏଲ୍‍ ପାଇଁ ବିସିସିଆଇ ଦେଇଥିବା ଆଦର୍ଶ କାର୍ଯ୍ୟ ପ୍ରଣାଳୀ (ଏସ୍‍ଓପି) ମାନିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ଫ୍ରାଞ୍ଚାଇଜିମାନେ ଏସ୍‍ଓପି ଅନୁସାରେ ସେମାନଙ୍କ ଖେଳାଳିଙ୍କୁ ସଂଗରୋଧରେ ରଖିବା ଏବଂ ସେମାନଙ୍କର କୋଭିଡ୍‍ ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଏଣେ ବିସିସିଆଇର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଚଳିତବର୍ଷର ଆଇପିଏଲ୍‍ ୟୁଏଇରେ ଆୟୋଜନ କରିବା ପାଇଁ ଭାରତ ସରକାର ମୌଖିକ ଅନୁମତି ଦେଇଛନ୍ତି। ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଆଗେଇ ନେବାକୁ ସରକାର କହିଛନ୍ତି। ଅଳ୍ପ କିଛିଦିନ ମଧ୍ୟରେ ଲିଖିତ ଅନୁମତି ଆସିଯିବ ବୋଲି ଉକ୍ତ ଅଧିକାରୀ କହିଛନ୍ତି। ଅଧିକାଂଶ ଫ୍ରାଞ୍ଚାଇଜି ଅଗଷ୍ଟ ୨୦ରେ ୟୁଏଇ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଚେନ୍ନଇ ସୁପର କିଙ୍ଗ୍‍ସ ୨୨ରେ ୟୁଏଇ ଯିବ। ସିଏସ୍‍କେ ଖେଳାଳିଙ୍କ କୌଣସି ପରିବାର ସଦସ୍ୟ ଯିବେନାହିଁ। ମୁମ୍ବଇ ଇଣ୍ଡିଆନ୍‍ସ ଗୁରୁବାରଠାରୁ ତା’ର ଖେଳାଳିଙ୍କୁ ସଂଗରୋଧରେ ରଖିଛି ବୋଲି ଖବର ମିଳିଛି। ଦିନେ ଦୁଇଦିନ ମଧ୍ୟରେ ଅନ୍ୟ ସମସ୍ତ ଫ୍ରାଞ୍ଚାଇଜି ସେମାନଙ୍କ ଖେଳାଳି, ସପୋର୍ଟ ଷ୍ଟାଫ୍‍ ଓ ଅଧିକାରୀଙ୍କୁ ସଂଗରୋଧରେ ରଖିବାର କାର୍ଯ୍ୟକ୍ରମ ରହିଛି। ପୁଣି ସଂଗରୋଧରେ ଥିବା ବେଳେ ସେମାନଙ୍କର ୩ ଥର କୋଭିଡ୍‍ ପରୀକ୍ଷା କରିବାକୁ ପଡ଼ିବ। ପ୍ରଥମେ ପିସିଆର୍‍-ପରୀକ୍ଷା କରାଯିବ। ଯେଉଁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କ ରିପୋର୍ଟ ନେଗେଟିଭ୍‍ ଆସିବ; ସେମାନଙ୍କୁ ୨୪ ଘଣ୍ଟ ଅନ୍ତରରେ ୨ ଥର କୋଭିଡ୍‍ ପରୀକ୍ଷା ଦେବାକୁ ପଡ଼ିବ। ସମସ୍ତ ରିପୋର୍ଟ ନେଗେଟିଭ୍‍ ଆସିଲେ ହିଁ ସେମାନଙ୍କୁ ୟୁଏଇ ଯିବା ପାଇଁ ବିମାନରେ ଚଢ଼ିବାକୁ ପଡ଼ିବ; ଅନ୍ୟଥା ନୁହେଁ। କିଛି ଫ୍ରାଞ୍ଚାଇଜି ୟୁଏଇ ଯିବା ପୂର୍ବରୁ ୪ଥର ପରୀକ୍ଷା କରିବାକୁ ଚାହୁଁଛନ୍ତି। ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କୁ ସେମାନଙ୍କ ସହ ପରିବାର ସଦସ୍ୟଙ୍କୁ ନେବାର ଅନୁମତି ମିଳିଛି। ତେବେ ପରିବାର ସଦସ୍ୟ ଫ୍ରାଞ୍ଚାଇଜିର ଜୈବ ନିରାପତ୍ତା ପରିଧି ମଧ୍ୟରେ ରହିବାକୁ ବାଧ୍ୟ। ତେବେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କୁ ଅତି ଛୋଟ ପିଲା ଓ ବୟସ୍କ ପରିବାର ସଦସ୍ୟଙ୍କୁ ନ ନେବା ପାଇଁ ପରାମର୍ଶ ଦିଆଯାଇଛି। ବିସିସିଆଇ ଖେଳାଳିଙ୍କ ସଂଖ୍ୟାକୁ ୨୪ରେ ସୀମିତ ରଖିଥିବା ବେଳେ ସପୋର୍ଟ ଷ୍ଟାଫ୍‍ଙ୍କର କୌଣସି ସୀମା ନାହିଁ। ଫ୍ରାଞ୍ଚାଇଜିମାନେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ଙ୍କ ଯାତ୍ରା ଏବଂ ସେମାନଙ୍କ ରହଣୀ ନେଇ ଅଧିକ ଯତ୍ନବାନ ହୋଇଛନ୍ତି। ଏକ ରିପୋର୍ଟରୁ ପ୍ରକାଶ ଯେ ୟୁଏଇରେ ୮ଟିଯାକ ଆଇପିଏଲ୍‍ ଫ୍ରାଞ୍ଚାଇଜି ପଞ୍ଚତାରକା ହୋଟେଲ ଅପେକ୍ଷା ଛୋଟ ରିଜର୍ଟ କିମ୍ବା ଆପାର୍ଟମେଣ୍ଟରେ ରହିବାକୁ ପସନ୍ଦ କରୁଛନ୍ତି। ଏହାର କାରଣ ହେଲା ପଞ୍ଚତାରକା ହୋଟେଲର ସେଣ୍ଟ୍ରାଲ୍‍ ଶୀତତାପ ନିୟନ୍ତ୍ରଣ (ଏସି) ବ୍ୟବସ୍ଥା। ସମସ୍ତ କୋଠରୀ ଏହି ଏସି ବ୍ୟବସ୍ଥା ଦ୍ୱାରା ସଂଯୁକ୍ତ ହୋଇଥିବାରୁ ଏହା ଦ୍ୱାରା କରୋନା ସଂକ୍ରମଣ ହେବ ବୋଲି ଖେଳାଳି ଆଶଙ୍କା କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories