www.samajalive.in
Sunday, December 7, 2025
15.1 C
Bhubaneswar

ରେକର୍ଡ ସୃଷ୍ଟି କଲା ଆଇପିଏଲ୍-୨୦୨୦ ଉଦ୍‌ଘାଟନୀ ମ୍ୟାଚ୍ : ଦେଖିଲେ ୨୦କୋଟିରୁ ଉର୍ଦ୍ଧ୍ଵ ଦର୍ଶକ

ନୂଆଦିଲ୍ଲୀ : ଯାହା ଆଶା କରାଯାଉଲା ତାହା ହୋଇଛି। ୟୁଏଇରେ ଇଣ୍ଡିଆନ୍‍ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଲୋକପ୍ରିୟତାର ସମସ୍ତ ରେକର୍ଡ ଭାଙ୍ଗୁଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୧୯ରେ ମୁମ୍ବଇ ଓ ଚେନ୍ନଇ ମଧ୍ୟରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍ ପୂର୍ବ ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ଏହି ଦିନ ୨୦କୋଟିରୁ ଉର୍ଦ୍ଧ୍ଵ ଲୋକ ମ୍ୟାଚ୍ ଦେଖିଥିବା ଜଣାପଡିଛି। ବିସିସିଆଇ ସଚିବ ଜୟ ଶାହା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। BARC India (Broadcast Audience Research Council, India) ର ମୂଲ୍ୟାୟନକୁ ଶାହା ଉଲ୍ଲେଖ କରିଛନ୍ତି।
ବିସିସିଆଇ ସଚିବ ଜୟ ଶାହା ମଙ୍ଗଳବାର ଟ୍ୱିଟ୍ କରି ଲେଖିଛନ୍ତି, “ଡ୍ରିମ୍ ୧୧ ଆଇପିଏଲ୍‌ର ଉଦଘାଟନୀ ମ୍ୟାଚ୍ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। BARCର ସୂଚନା ଅନୁଯାୟୀ, ୨୦ କୋଟିରୁ ଅଧିକ ଦର୍ଶକ ମ୍ୟାଚ୍ ଦେଖିଛନ୍ତି। ଏପର୍ଯ୍ୟନ୍ତ ହୋଇଥିବା କ୍ରୀଡ଼ା ଲିଗର ଉଦଘାଟନୀ ମ୍ୟାଚର ଏହା ହେଉଛି ସବୁଠାରୁ ବଡ ପରିସଂଖ୍ୟାନ।

ଉଲ୍ଲେଖ ଯୋଗ୍ୟ, ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନଇ ସୁପର କିଙ୍ଗ୍ସ ଚାରିଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories