www.samajalive.in
Monday, December 8, 2025
27.1 C
Bhubaneswar

ଗଣତନ୍ତ୍ର ଦିବସରେ ୫୬୭ ଫୁଟ ଉଚ୍ଚରେ ଆନ୍ତର୍ଜାତିକ ପର୍ବତାରୋହୀ ଲିପିକାଙ୍କ ସ୍ୱଚ୍ଛ ଭାରତ ଅଭିଯାନ

ରେଙ୍ଗାଲିକେମ୍ପ : ଅତାବିରା ଅଞ୍ଚଳର ଝିଅ ଲିପିକା ସେଠ୍ ବର୍ତ୍ତମାନ ବିଶିଷ୍ଟ ପର୍ବତାରୋହୀ ଭାବରେ ବେଶ୍ ପରିଚିତା। ସେ ତାଙ୍କର ଅଦମ୍ୟ ସାହସ ବଳରେ ଆଜି ଝିଅ ମାନଂକ ପାଇଁ ଏକ ଉଦାହରଣ ସାଜିଛନ୍ତି। ଏହା ବ୍ୟତୀତ ଦିନକୁ ଦିନ ସେ ସମାଜ ପାଇଁ ତାଙ୍କର ସେବା ଯୋଗାଇ ଦେବାରେ ଲାଗିପଡିଛନ୍ତି। ସମାଜ ସେବାରେ ନିଜକୁ ନିୟୋଜିତ କରି କରୋନା ମହାମାରୀ ସମୟରେ ବି ସେ ନିଜ କଥା ନ ଭାବି ଲୋକଙ୍କୁ ସଚେତନ କରି ଚାଲିଥିଲେ । କେତେବେଳେ ମାକ୍ସ ବଣ୍ଟନ ତ ଆଉ କେତେବେଳେ ଖାଦ୍ୟ। ଗଣତନ୍ତ୍ର ଦିବସରେ ସେ ଜିରୋ ପଏଣ୍ଟ ସ୍ଥିତ ଚନ୍ଦିଲି ଡଙ୍ଗୁରିରେ ସ୍ଵଛ ଭାରତ ଅଭିଯାନ କରି ଆଉ ଏକ ନିଆରା କାମ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେ ସକାଳ ୮ଟାରୁ ତାଙ୍କର କିଛି ସାଥିଙ୍କ ସହ ଟ୍ରାକିଂ ଆରମ୍ଭ କରି ୫୬୭ଫୁଟ ଉଚ୍ଚ ରେ ପହଞ୍ଚିଥିଲେ। ସେଠାରେ ଭାରତ ମାତାର ଜୟଗାନ କରି ତ୍ରିରଙ୍ଗା ପତାକା ଉଡ଼ାଇଥିଲେ। ଏହାପରେ ସେଠାରେ ଲୋକ ସମାଗମ ଯୋଗୁଁ ହେଉଥିବା ପ୍ରଦୂଷଣ ଯଥା ପ୍ଲାଷ୍ଟିକ ଆବର୍ଜନା,ଗୁଟକା ଜରି ଇତ୍ୟାଦିକୁ ଉଠାଇ ସ୍ଥାନକୁ ପରିସ୍କାର କରି ଥିଲେ। ଆବର୍ଜନା ସବୁକୁ ତଳକୁ ଧରି ଓହ୍ଲାଇ ଆସି ଡଷ୍ଟବିନ୍ ରେ ପକାଇଥିଲେ। ତାଙ୍କ ସାଥିରେ  ଧରଣୀଧର ପ୍ରଧାନ, ସନ୍ତୋଷ ,ସମୀର, ଶାଶ୍ଵତ, ବାସୁ, ପୂଜା, ଅମନ୍ ,ସନ୍ଦୀପ, ସୁନିଲ ଗଡୱାଲ ଯୋଗ ଦେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories