www.samajalive.in
Monday, December 8, 2025
14.1 C
Bhubaneswar

ଜନଜାତି ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ପ୍ରଦର୍ଶନ

ଭୁବନେଶ୍ୱର: ଜନଜାତିମାନଙ୍କ କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ ବିମଣ୍ଡିତ ବିବିଧତାକୁ ଆଧାର କରି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଆଦିବାସୀ ପଡ଼ିଆଠାରେ ଆୟୋଜିତ ବାର୍ଷିକ ‘ଆଦିବାସୀ ମେଳା’ରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏଥି ସହିତ ଓଡ଼ିଶାରେ ବସବାସ କରୁଥିବା ବିଭିନ୍ନ ଜନଜାତିଙ୍କ ଜୀବନଶୈଳୀ, ଜୀବିକା, ସାମାଜିକ ଚଳଣି, ବେଶଭୂଷା, ଗୃହନିର୍ମାଣ ଶୈଳୀ, ନୃତ୍ୟ-ବାଦ୍ୟ, ହାତହତିଆର ଓ ଜୀବନଚର୍ଯ୍ୟା ଉପରେ ପର୍ଯ୍ୟବେଶିତ ଫଟୋଚିତ୍ରଗୁଡ଼ିକ ଏକ ଅନନ୍ୟ ଢଙ୍ଗରେ ପ୍ରଦର୍ଶିତ ହୋଇଛି। ଏଥିରେ ୬୨ଗୋଟି ଜନଜାତିଙ୍କ ନାମତାଲିକା ପ୍ରଦର୍ଶନୀରେ ସ୍ଥାନ ପାଇଛି। ବିଶେଷ ଭାବେ ବଣ୍ଡା, ଡଙ୍ଗରିଆ କନ୍ଧ, ଧରୁଆ, ଲାଞ୍ଜିଆ ସଉରା, କୁଟିଆ କନ୍ଧ, ସଉରା, ସାନ୍ତାଳ, ଗଦବା ଭଳି ଜନଜାତିଙ୍କ ଫଟୋଚିତ୍ର ପ୍ରଦର୍ଶନୀର ଆଭିମୁଖ୍ୟକୁ ପରିପୁଷ୍ଟ କରୁଛି। ଜନଜାତିଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକ ପ୍ରୟାସ ପ୍ରଦର୍ଶନୀରେ ବିସ୍ତୃତ ଭାବେ ପ୍ରଦର୍ଶିତ ହୋଇଛି। ଜନଜାତି ଶିଶୁମାନଙ୍କ ଗହଣରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କେତେକ ସ୍ମରଣୀୟ ମୁହୂର୍ତ୍ତର ଫଟୋଚିତ୍ର ଦର୍ଶକମାନଙ୍କୁ ବିମୋହିତ କରୁଥିବାର ଲକ୍ଷ୍ୟ କରାଯାଇଛି।


ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅନୁସୂଚିତ ଜନଜାତି ଓ ଜାତିମାନଙ୍କ ପ୍ରତିଥିବା ଅହେତୁକ ଶ୍ରଦ୍ଧା ଓ ସମ୍ମାନ ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀର ବିଷୟବସ୍ତୁକୁ ଅଧିକ ରୁଦ୍ଧିମନ୍ତ କରିପାରିଛି। ଅତି ଆକର୍ଷଣୀୟ ଢଙ୍ଗରେ ସଜ୍ଜିତ ହୋଇଥିବା ଏହି ଫଟୋଚିତ୍ର ମଣ୍ଡପର ବାହ୍ୟ ପାଶ୍ୱର୍ରେ ଭିଡ଼ିଓ ଚିତ୍ର ମାଧ୍ୟମରେ ସେମାନଙ୍କ ସାମଗି୍ରକ ବିକାଶ ଓ ରାଜ୍ୟ ସରକାର ଗ୍ରହଣ କରିଥିବା ସମୁଚିତ ପଦକ୍ଷେପ ସହ କୋଭିଡ୍‌ ସଂପର୍କିତ ସଚେତନତାମୂଳକ ଭିଡ଼ିଓ ଚିତ୍ର ପ୍ରଦର୍ଶିତ ହେଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟିତ ହେବା ସମୟରେ ପ୍ରଦର୍ଶନୀ ମଣ୍ଡପରେ ବିଭାଗୀୟ ନିର୍ଦେଶକ କୃପାସିନ୍ଧୁ ମିଶ୍ର, ବୈଷୟିକ ନିର୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦେଶକ ପ୍ରମୋଦ କୁମାର ମଲ୍ଲିକ, ସ୍ୱତନ୍ତ୍ର ଅଧିକାରୀ (ପ୍ରଦର୍ଶନୀ) ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଦିବାସୀ ମେଳା ପରିସରରେ ଫଟୋ ପ୍ରଦର୍ଶନୀ ଗତକାଲିଠାରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କୋଭିଡ୍‌ ନିୟମ ଅନୁପାଳନପୂର୍ବକ ଜନସାଧାରଣଙ୍କ ପାଇଁ ଖୋଲା ରହିବ। ଏହି ଫଟୋ ପ୍ରଦର୍ଶନୀକୁ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ତଥା ଏଟିଏଲ୍‌ସିର ସଦସ୍ୟ ସଚିବ ପ୍ରଫେସର ଅଖିଳ ବିହାରୀ ଓତାଙ୍କ ସମେତ ବହୁ ବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ, ଗବେଷକ ଓ ସାଧାରଣ ଜନତା ବୁଲି ଦେଖିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories