www.samajalive.in
Monday, December 8, 2025
27.1 C
Bhubaneswar

କରୋନା ମୁକାବିଲା ବୈଠକ, ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ଏବଂ ଅଧିକାରୀଙ୍କ ସହ ବିସ୍ତୃତ ଭାବେ କୋଭିଡ -୧୯ ମହାମାରୀ ଉପରେ ସମୀକ୍ଷା କରିଛନ୍ତି। ମହାମାରୀ ପ୍ରସଙ୍ଗରେ ଜାତୀୟ ସ୍ତରର ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରାଯାଇଥିଲା। ଏହି ବୈଠକରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଏଠିରେ ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଆଇସିଏମଆର ଡିଜି ପ୍ରମୁଖ ଯୋଗ ଦେଇଥିଲେ।

ମେଡିକାଲ ଜରୁରୀକାଳୀନ ପରିଚାଳନା ଗୋଷ୍ଠୀର ଆବାହକ ଡକ୍ଟର ବିନୋଦ ପାଲ ଏହି ଅବସରରେ କୋଭିଡ -୧୯ ମାମଲାର ସାମ୍ପ୍ରତିକ ସ୍ଥିତି ଏବଂ ସମ୍ଭାବ୍ୟ ପରିସ୍ଥିତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ଉପସ୍ଥାପିତ ତଥ୍ୟରୁ ଜଣାପଡିଛି ଯେ ମୋଟ ସଂକ୍ରମଣ ମଧ୍ୟରୁ ୫ଟି ରାଜ୍ୟରେ ଦୁଇ-ତୃତୀୟାଂଶ ସଂକ୍ରମିତ ଥିବା ବେଳେ ବଡ ସହରରେ ବହୁ ସଂଖ୍ୟାରେ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବୃହତ ସହରଗୁଡିକ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ବୃହତ ସହରଗୁଡିକରେ ମେଡ଼ିକାଲରେ ଶଯ୍ୟା ସଂଖ୍ୟା ଉପରେ ଆଲୋଚନା କରାଯାଇଥିଲା।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏସବୁ ସୁପାରିଶକୁ ଗ୍ରହଣ କରି ଜରୁରୀକାଳୀନ ଯୋଜନା କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଋତୁ ଆରମ୍ଭ ହେଉ ଥିବାରୁ ଆବଶ୍ୟକ ପ୍ରସ୍ତୁତି ନିଶ୍ଚିତ କରିବାକୁ ସେ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ କୋଭିଡ୍-୧୯ର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରାଯିବ ସହ ଆଗାମୀ ୨ ମାସ ପାଇଁ ପରିସ୍ଥିତି କଣ ରହିବ ସେ ସମ୍ପର୍କରେ ବିଚାର ବିମର୍ଶ କରାଯାଇଥିଲା। ଆଲୋଚନା ପରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଏବଂ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନର ଅଧିକାରୀଙ୍କ ଉପସ୍ଥିତିରେ ଗୃହମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଜରୁରୀକାଳୀନ ବୈଠକ କରି କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବା ପରିସ୍ଥିତିର ପରିଚାଳନା ପାଇଁ ପଦକ୍ଷେପ ନିଅନ୍ତୁ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories