www.samajalive.in
Tuesday, December 9, 2025
17.1 C
Bhubaneswar

ବ୍ରିସବେନରେ ଭାରତର ବାଜିମାତ୍

ବ୍ରିସ୍‌ବେନ୍‌: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି । ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ୨-୧ ରେ ଭାରତ ସିରିଜ ଜତିଛି। ପନ୍ତଙ୍କ ୧୩୮ ବଲରେ ୯ ଚୌକା ଓ ୧ ଛକା ସହ ଅପରାଜିତ ୮୯ ରନ୍‌ର ଇନିଂସ୍, ଗିଲ୍ ୧୪୬ ବଲରେ ୯୧ ଓ ପୂଜାରାଙ୍କ ୫୬ ରନର ଉପଯୋଗୀ ଇନିଂସ୍ ବଳରେ ଭାରତ ମ୍ୟାଚକୁ ୩ ୱିକେଟରେ ଜିତି ନେଇଛି।

ଟେଷ୍ଟ ସିରିଜ୍‌ରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳ ଏକାଧିକ ଉତ୍‌ଥାନ ପତନ ଦେଖା ଦେଇଥିଲା। ପ୍ରଥମ ଟେଷ୍ଟରେ ତା’ର ସର୍ବନିମ୍ନ ସ୍କୋର୍ ୩୬ ରନ୍‌ରେ ଅଲ୍ଆଉଟ ହେବା ପରେ ପରବର୍ତ୍ତୀ ଟେଷ୍ଟକୁ ଭାରତୀୟ ଦଳ ଜିତିଥିଲା। ୩ୟ ଟେଷ୍ଟରେ ଭାରତ ପରାଜୟ ସ୍ଥିତି​‌​‌ରେ ଥିବା ବେଳେ ହନୁମା ବିହାରୀ ଓ ଆର୍. ଅଶ୍ବିନ ୪୨.୪ ଓଭର ଖେଳି ଦଳକୁ ପରାଜୟରୁ ବଞ୍ଚାଇଥିଲେ। ଚଳିତ ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବଡ଼ ଲିଡ୍‌ ନେବାକୁ ଯାଉଥିବା ବେଳେ ୱାଶିଂଟନ ସୁନ୍ଦର ଓ ସାର୍ଦ୍ଦୁଳ ଠାକୁର ୩୬ ଓଭର ଖେଳି ଅଷ୍ଟ୍ରେଲିଆକୁ ମାତ୍ର ୩୩ ରନ୍‌ର ଲିଡ୍‌ ଦେଇଥିଲେ। ୪ର୍ଥ ଦିନରେ ଅଷ୍ଟ୍ରେଲିଆ ୨ୟ ଇନିଂସ​‌​‌ରେ ୨୯୪ ରନ୍‌କରି ଅଲ୍ଆଉଟ ହୋଇଥିଲା। ଫଳରେ ଭାରତକୁ ୨ୟ ଇନିଂସରେ ୩୨୮ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା।

- Advertisement -

ଭାରତର ଓପନର ଶୁବମାନ ଗିଲ ଓ ଚେତେଶ୍ବର ପୂଜାରା ଗୁରୁତ୍ବ ପୂର୍ଣ୍ଣ ଇଂନିସ ଭାରତକୁ ବିଜୟ ଆଡକୁ ନେଇଥିଲା। ପରେ ଗିଲ ୯୧ କରି ଆଉଟ ହୋଇଥିଲେ। କ୍ୟାପଟେନ ଆଜିଙ୍କ୍ୟା ରାହାଣେ ୨୪ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ଚେତେଶ୍ବର ପୂଜାରା ଧୈର୍ଯ୍ୟ ପୂର୍ଣ୍ଣ ଇଂନିସ ଖେଳି ୫୬ ରନ କରି ଆଉଟ ହୋଇଥିଲେ। ପରେ ମୟଙ୍କ ଅଗ୍ରଓ୍ବାଲ ୯ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ପନ୍ତ ଆଉ ଏକ ଗୁରୁତ୍ବ ପୂର୍ଣ୍ଣ ଇଂନିସ ଖେଳି ୮୯ରନ କରି ନଟ ଆଉଟ୍ ରହି ଭାରତକୁ ବିଜୟ କରାଇଥିଲେ। ଓ୍ବାସିଂଟନ ସୁନ୍ଦର ୨୨ରନ କରି ଆଉଟ ହୋଇଥିଲେ।

୪ର୍ଥ ଟେଷ୍ଟରେ ଭାରତ ଦଳର ଦୁଇ ପେସ୍‌ ବୋଲର ମହମ୍ମଦ ସିରାଜ୍ ଓ ସାର୍ଦ୍ଦୁଳ ଠାକୁର ଦୁହେଁ ମିଳିତ ଭାବେ ୯ଟି ୱିକେଟ ନେବାରୁ ସୋମବାର ୪ର୍ଥ ଦିନରେ ଅଷ୍ଟ୍ରେଲିଆ ୨ୟ ଇନିଂସ​‌​‌ରେ ୨୯୪ ରନ୍‌କରି ଅଲ୍ଆଉଟ ହୋଇଥିଲା। ଫଳରେ ଭାରତକୁ ୨ୟ ଇନିଂସରେ ୩୨୮ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories