www.samajalive.in
Monday, December 8, 2025
27.1 C
Bhubaneswar

ଆରମ୍ଭ ହେଲା ଟଏକ୍ୟାଥନ୍‍ ୨୦୨୧, ଭାରତ ହେବ ବିଶ୍ୱର ଖେଳନା ଉତ୍ପାଦନ କେନ୍ଦ୍ର

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଟଏକ୍ୟାଥନ୍‍ ୨୦୨୧ର ଶୁଭାରମ୍ଭ କରିଛନ୍ତି। ଟଏକ୍ୟାଥନ୍‍ର ଲକ୍ଷ୍ୟ ହେଉଛି ଭାରତୀୟ ମୌଳିକ ଆଦର୍ଶ ଉପରେ ଆଧାରିତ ଅଭିନବ ଖେଳନାର ସୃଷ୍ଟି କରିବା ଯାହା ପିଲାମାନଙ୍କ ମଧ୍ୟରେ ସକରାତ୍ମକ ବ୍ୟବହାର ସୃଷ୍ଟି କରିବ। ଏହି ଯୋଜନାର ଶୁଭାରମ୍ଭ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପୋଖରିଆଲ୍‍ ନିଶଙ୍କ କହିଛନ୍ତି, ଭାରତକୁ ବିଶ୍ୱର ଖେଳନା ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଏହାର ଲକ୍ଷ୍ୟ।

ସେ କହିଛନ୍ତି, ଭାରତୀୟ ଖେଳନା ବଜାରର ଆର୍ଥିକ କାରବାର ପ୍ରାୟ ୧୦୦ କୋଟି ଆମେରିକୀୟ ଡଲାର ହୋଇଥିବା ବେଳେ ୮୦ପ୍ରତିଶତ ଖେଳନା ବାହାର ଦେଶରୁ ଆମଦାନୀ କରାଯାଉଛି। ତେଣୁ ଘରୋଇ ଖେଳନା ଉଦ୍ୟେଗ ଏବଂ ଦେଶୀୟ ଉତ୍ପାଦନକାରୀଙ୍କ ପାଇଁ ଟଏକ୍ୟାଥନ୍‍ ୨୦୨୧ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ଭାରତକୁ ୫ ଟ୍ରିଲିୟନ୍‍ ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନ ଦୃଷ୍ଟିରୁ ଏହି ଯୋଜନାର ଗୁରୁତ୍ୱ ରହିଛି। ସେ କହିଛନ୍ତି, ଏହା ଫଳରେ ୩୩କୋଟି ଛାତ୍ରଛାତ୍ରୀଙ୍କ ଅଭିନବ ସାମର୍ଥ୍ୟ ହାସଲ କରାଯାଇ ପାରିବ।

- Advertisement -

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ସରକାର ସ୍ୱଦେଶୀ ଖେଳନା ଉଦ୍ୟୋଗକୁ ପ୍ରୋତ୍ସାହନ ସ୍ୱରୂପ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଖେଳନା ଉଦ୍ଭାବନ ପରିକଳ୍ପନା କରାଯାଇଛି। ଟଏକ୍ୟାଥନ ୨୦୨୧ କେନ୍ଦ୍ର ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ବୟନ, ବାଣିଜ୍ୟ ଏବଂ ଉଦ୍ୟୋଗ, ଏମ୍‍.ଏସ୍‍.ଏମ୍‍.ଇ., ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର ଏକ ମିଳିତ ପଦକ୍ଷେପ। ଏହି ଯୋଜନାରେ ଭାରତୀୟ ସଂସ୍କୃତି, ଇତିହାସ, ଜ୍ଞାନ, ଅଧ୍ୟୟନ, ଶିକ୍ଷା, ସାମାଜିକ ଓ ମାନବିକ ମୂଲ୍ୟବୋଧ ଭଳି ୯ଟି ବିଷୟବସ୍ତୁକୁ ସାମିଲ କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories