ନୂଆଦିଲ୍ଲୀ : କରୋନା ଭାଇରସର ପ୍ରଭାବ ହେତୁ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ବାତିଲ କରାଯାଇଛି। କରୋନା ଭୂତାଣୁ(ଭାଇରସ୍) ବୃଦ୍ଧି ହେବାର ଆଶଙ୍କା ଦୃଷ୍ଟିରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ବିସିସିଆଇର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି ଧର୍ମଶାଳାରେ ହେବାକୁଥିବା ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହି ମ୍ୟାଚ୍ ବିନା ଟସରେ ଶେଷ ହୋଇଥିଲା। ଅନ୍ୟପକ୍ଷରେ କରୋନା ଭାଇରସର ଭୟାବହ ପ୍ରଭାବର ଫଳାଫଳ ସିରିଜର ବାକି ଦୁଇଟି ମ୍ୟାଚ୍କୁ ବାତିଲ କରାଯାଇଛି। ବାକି ଦୁଇଟି ଦିନିକିଆ ମ୍ୟାଚ୍ ଲକ୍ଷ୍ନୌ ଓ କୋଲକାତାରେ ହେବା ପାଇଁ ଧାର୍ଯ୍ୟ ହୋଇଥିଲା।
ଏହା ପୂର୍ବରୁ ଆଇପିଏଲକୁ ମଧ୍ୟ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।



