www.samajalive.in
Monday, December 8, 2025
27.1 C
Bhubaneswar

ଆଜି ରେକର୍ଡ ସଂଖ୍ୟକ ୫୧ ହଜାର ୨୫୫ ସୁସ୍ଥ, ୨.୧୩%କୁ କମିଲା ମୃତ୍ୟୁ ହାର

ଦେଶରେ ଆଜି ରେକର୍ଡ ସଂଖ୍ୟକ ୫୧ ହଜାର ୨୫୫ ଜଣ କୋଭିଡ ନାଇଣ୍ଟିନ୍‍ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଦେଶରେ କରୋନା ବ୍ୟାପିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ଏହା ସର୍ବାଧିକ। ଏହା ଫଳରେ ଆରୋଗ୍ୟ ହାର ୬୫ ଦଶମିକ ୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ହାର ମଧ୍ୟ ଆହୁରି ହ୍ରାସ ପାଇ ୨ ଦଶମିକ ୧୩ ପ୍ରତିଶତରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଦେଶରେ ଆଜି ପର୍ଯ୍ୟନ୍ତ ମୋଟ୍‍ ୧୧ଲକ୍ଷ ୪୫ହଜାର ୬୨୯ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିସାରିଛନ୍ତି।

ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୪ ହଜାର ୭୩୫ଟି କୋଭିଡ ନାଇଣ୍ଟିନ୍‍ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୩ରେ ପହଞ୍ଚିଛି। ଏବେ ଦେଶରେ ୫ଲକ୍ଷ ୬୭ ହଜାର ୭୩୦ ଜଣ ସକ୍ରିୟ ସଂକ୍ରମିତ ବ୍ୟକ୍ତି ଅଛନ୍ତି। ସେହିପରି ଗୋଟିଏ ଦିନରେ ଆଉ ୮୫୩ ଜଣ ପ୍ରାଣ ହରାଇଥିବା ବେଳେ ଦେଶବ୍ୟାପୀ ମୃତକଙ୍କ ସଂଖ୍ୟା ୩୭ ହଜାର ୩୬୪କୁ ବୃଦ୍ଧି ପାଇଛି। ଇତି ମଧ୍ୟରେ ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି ଗତ ୨୪ ଘଣ୍ଟା ଭିତରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ୪ଲକ୍ଷ ୬୩ ହଜାର ୧୭୨ଟି ନମୂନାର ପରୀକ୍ଷଣ କରାଯାଇଛି। ଏ ପର୍ଯ୍ୟନ୍ତ ଦେଶରେ ୧ କୋଟି ୫୮ ଲକ୍ଷ ୨୧ ହଜାର ୮୩୧ଟି ନମୂନାର ପରୀକ୍ଷା କରାଯାଇଛି। ଏବେ ଦେଶରେ ମୋଟ୍‍ ୧ ହଜାର ୩୪୪ଟି ପରୀକ୍ଷାଗାରରେ କୋଭିଡ ନାଇଣ୍ଟିନ୍‍ ନମୂନା ପରୀକ୍ଷା ହେଉଥିବା ବେଳେ ସେଥିମଧ୍ୟରେ ୯୧୩ଟି ସରକାରୀ ଓ ୪୩୧ଟି ଘରୋଇ ପରୀକ୍ଷାଗାର ରହିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories