www.samajalive.in
Thursday, December 11, 2025
27.1 C
Bhubaneswar

ଭାରତ ବାଂଲାଦେଶ ମଧ୍ୟରେ ୭ଟି ରାଜିନାମା ସ୍ଵାକ୍ଷରିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନାଙ୍କ ମଧ୍ୟରେ ଶନିବାର ନୂଆଦିଲ୍ଲୀରେ ଦ୍ୱିପକ୍ଷୀୟ କଥାବାର୍ତ୍ତା ଶେଷ ହୋଇଛି। ଉଭୟ ନେତା ଦ୍ୱିପକ୍ଷୀୟ ସଂପର୍କ ବୃଦ୍ଧି ଉପରେ ଆଲୋଚନା କରିବା ସହ ବାଣିଜ୍ୟ, ଯୋଗାଯୋଗ, ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି, ଲୋକସଂପର୍କ ବୃଦ୍ଧି, ସଂସ୍କୃତି ଓ ବହୁ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ସ୍ଥାନ ପାଇଛି। ଦୁଇନେତା ମିଳିତ ଭାବେ ତିନୋଟି ଦ୍ୱିପକ୍ଷୀୟ ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି। ଏଥି ସହ ପରିବହନ, ଯୁବ ବ୍ୟାପାର, ଉପକୂଳ ସୁରକ୍ଷା, ଯୋଗାଯୋଗ, ଦକ୍ଷତା ବୃଦ୍ଧି ଓ ସଂସ୍କୃତି ଆଦି କ୍ଷେତ୍ରରେ ୭ଟି ରାଜିନାମା ସ୍ୱାକ୍ଷରିତ ହୋଇଛି।

ଉଭୟ ନେତା ଭିଡିଓ କନଫରେନସିଂ ମାଧ୍ୟମରେ ତିନୋଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ଯେଉଁଥିରେ ବାଂଲାଦେଶରୁ ଏଲପିଜି ଆମଦାନୀ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଅନ୍ୟ ଦୁଇଟି ପ୍ରକଳ୍ପ ହେଉଛି ଢ଼ାକାସ୍ଥିତ ରାମକୃଷ୍ଣ ମିଶନ୍ର ବିବେକାନନ୍ଦ ଭବନ ଏବଂ ଡିପ୍ଲୋମା ଇଂଞ୍ଜିନିଅର ପ୍ରତିଷ୍ଠାନରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବାଂଲା-ଭାରତ ବୃତ୍ତିଗତ କୌଶଳ ବିକାଶ କେନ୍ଦ୍ର।

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗତ ୧ ବର୍ଷ ମଧ୍ୟରେ ଉଭୟ ଦେଶ ୧୨ଟି ପ୍ରକଳ୍ପ ଆରମ୍ଭ କରିଛନ୍ତି ଯାହା ଉଭୟ ଦେଶ ମଧ୍ୟରେ ଥିବା ନିବିଡ଼ତା ଦର୍ଶାଉଛି। ବିଗତ କିଛି ବର୍ଷ ହେବ ସାମୁଦ୍ରିକ ସୁରକ୍ଷା ସମେତ ବାଣିଜ୍ୟ ଓ ଅଣୁ ଶକ୍ତି କ୍ଷେତ୍ରରେ ଭାରତ ସହ ଚୁକ୍ତି ହୋଇଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା କହିଛନ୍ତି। ଉଭୟ ଦେଶ ପକ୍ଷରୁ ଜାରି କରାଯାଇଥିବା ମିଳିତ ବିବୃତିରେ କୁହାଯାଇଛି, ଉଭୟ ମୋଦୀ ଓ ହସିନା ମଜବୁତ ସୁରକ୍ଷା ବ୍ୟବସ୍ତା ପାଇଁ ପ୍ରତିରକ୍ଷା ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି।

ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍. ଜୟଶଙ୍କର ସେଖ୍‍ ହସିନାଙ୍କୁ ଭେଟି ଭାରତ ବାଂଲାଦେଶ ସହିତ ସମ୍ପର୍କକୁ ପ୍ରାଧାନ୍ୟ ଦେଇଆସୁଛି ବୋଲି କହିଛନ୍ତି। ଶନିବାର ସନ୍ଧ୍ୟାରେ ସେଖ୍‍ ହସିନା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ୍‍ କରିବାର କାର୍ଯ୍ୟସୂଚୀ ରହିଛି। ଏକ ଚାରିଦିନିଆ ଗସ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିଶ୍ୱ ଅର୍ଥନୈତିକ ଫୋରମ୍‍ଦ୍ୱାରା ଆୟୋଜିତ ଭାରତ ଅର୍ଥନୈତିକ ଶିଖର ସମ୍ମିଳନୀରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories