www.samajalive.in
Monday, December 8, 2025
27.1 C
Bhubaneswar

କୋହଲିଙ୍କ ବିରାଟ ପାଳି ; ୬୦୧/୫ରେ ଭାରତର ଇନିଂସ ଘୋଷଣା

ପୁଣେ :  ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭାରତ ବିଶାଳ ସ୍କୋର କରି ପ୍ରଥମ ପାଳି ଘୋଷଣା କରିଛି । ବିରାଟ କୋହଲିଙ୍କ ଅପରାଜିତ ୨୫୪ ରନ ବଳରେ ଭାରତ ୫ ୱିକେଟ ହରାଇ ୬୦୧ ରନରେ ପ୍ରଥମ ପାଳି ଘୋଷଣା କରିଛି । ଅନ୍ୟପକ୍ଷରେ ପଥମ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ୨ୟ ଦିନର ଖେଳ ଶେଷ ସୁଦ୍ଧା  ଦକ୍ଷିଣ ଆଫ୍ରିକା ୩୬ ରନରେ ୩ଟି ୱିକେଟ ହରାଇଛି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ୨ୟ ଟେଷ୍ଟର ଦ୍ବିତୀୟ ଦିବସରେ ଭାରତ ମଜଭୁତ ସ୍ଥିତିରେ ପାଳି ଘୋଷଣା କରିଛି । ପ୍ରଥମ ଦିନରେ ମୟଙ୍କ ଅଗ୍ରୱାଲ ଏବଂ ଦ୍ବିତୀୟ ଦିନରେ ବିରାଟ କୋହଲିଙ୍କ ଅପରାଜିତ ୨୫୪ ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛି । ଶୁକ୍ରବାର ଭାରତ ଅସମାପ୍ତ ଇନିଂସ ୨୭୩/୩ରୁ ଖେଳ ଆରମ୍ଭ କରିଥିଲା। ମଧ୍ୟାହ୍ନଭୋଜନ ସୁଦ୍ଧା ଭାରତ  ୩ ୱିକେଟ ବିନିମୟରେ ୩୫୬ ରନ କରିଥିଲା। ରାହାଣେ ଅର୍ଦ୍ଧଶତକୀୟ ପାଳି ଖେଳି ୫୯ ରନରେ ଆଉଟ ହୋଇଥିଲେ । ରବୀନ୍ଦ୍ର ଜାଡେଜା ମଧ୍ୟ ୯୧ ରନର ଯୋଗଦାନ ଦେଇ ଆଉଟ ହୋଇଥିଲେ । ତେବେ କୋହଲି ନିଜ ଜୀବନର ଆଉ ଏକ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୧୩୮ଟି ଟେଷ୍ଟ ଇନିଂସରେ ୭୦୦୦ ରନ ସଂଗ୍ରହ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏହା ବ୍ୟତୀତ ଟେଷ୍ଟ କ୍ରିକେଟରେ ସେ  ୭ଟି ଦ୍ବିଶତକ ହାସଲ କରି ଆଉ ଏକ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

- Advertisement -

 

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories