www.samajalive.in
Thursday, December 11, 2025
27.1 C
Bhubaneswar

ଟ୍ବେଣ୍ଟି୨୦ ଶୃଙ୍ଖଳାରୁ ରାହୁଲ, ଅକ୍ଷର ବାଦ୍‌

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଜିତିବା ପରେ ଏବେ ଭାରତୀୟ ଦଳ ଟ୍ବେଣ୍ଟି୨୦ ଶୃଙ୍ଖଳା ଉପରେ ନଜର ରଖିଛି। ଏହା ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳକୁ ଧକ୍କା ଲାଗିଛି। କଲକାତାରେ ଚଳିତ ଫେବୃଆରୀ ୧୬ରୁ ୨୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାରୁ ବ୍ୟାଟ୍‌ସମ୍ୟାନ ତଥା ଉପ ଅଧିନାୟକ ଲୋକେଶ ରାହୁଲ ଓ ବାମହାତୀ ସ୍ପିନର ଅକ୍ଷର ପଟେଲ ବାଦ୍‌ ପଡିଛନ୍ତି। ଆହତ କାରଣରୁ ଦୁଇ ଖେଳାଳିଙ୍କୁ ଦଳରୁ ବାଦ୍‌ ଦିଆଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାର୍ଡ ଓ ଦୀପକ ହୁଡାଙ୍କୁ ସାମିଲ କରାଯାଇଛି। ଉଭୟ ଋତୁରାଜ ଓ ହୁଡା ଦିନିକିଆ ଶୃଙ୍ଖଳାରେ ରହିଥିଲେ। ରାହୁଲ ୯ରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ। ତାଙ୍କ କହୁଣୀରେ ଆଘାତ ଲାଗିଥିଲା। ଫଳରେ ଶୁକ୍ରବାର ତୃତୀୟ ଦିନିକିଆରେ ଖେଳିନଥିଲେ। ସେହିପରି ଆହତ ହୋଇଥିବା ଅକ୍ଷର ପଟେଲ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଦଳରୁ ବାଦ୍‌ ପଡିଛନ୍ତି। ଫେବୃଆରୀ ୨୫ରୁ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ପୂର୍ବରୁ ରାହୁଲ ଓ ଅକ୍ଷର ସୁସ୍ଥ ହୋଇଯାଇଥିବା ନେଇ ବିସିସିିିଆଇ ଲକ୍ଷ୍ୟ ରଖିଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories