www.samajalive.in
Monday, December 8, 2025
20.1 C
Bhubaneswar

ଆୟ କର ସୀମା ଅପରିବର୍ତ୍ତିତ

କେନ୍ଦ୍ର ସରକାର ଚଳିତ ବଜେଟରେ ଆୟକର ଦାତାଙ୍କ ପାଇଁ ବିଶେଷ ସୁଯୋଗ ସୃଷ୍ଟି କରି ନାହାନ୍ତି। ଏବେ ବି ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ଆୟକର ରିଆତି ମିଳୁଛି। ଯେପରି କର ଦେବା ପ୍ରକ୍ରିୟା ପୂର୍ବ ବର୍ଷ ଥିଲା ଏହାକୁ ଅପରିବର୍ତ୍ତିତ ରଖାଯାଇଛି। ଗତ ବର୍ଷ ପରି ଆପଣ ସେହି ବ୍ୟବସ୍ଥାରେ ଟିକସ ଭରି ପାରିବେ। ତେବେ ଟିକସ ଟ୍ରାଞ୍ଜାକ୍ସନ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରାଯାଇଛି। ଏହି ଅନୁଯାୟୀ ଆପଣ ଗତ ଦୁଇ ବର୍ଷର ଆୟକର ରିଟର୍ଣ୍ଣ ଅପଡେଟ କରିପାରିବେ। ଚଳିତ ବଜେଟରେ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରାଯାଇ ନାହିଁ। ଟିକସ ବ୍ୟବସ୍ଥାରେ ବାର୍ଷିକ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୂର୍ବ ପରି ଛାଡ଼ କରାଯାଇଛି। ଯଦି ଆପଣଙ୍କ ଆୟ ୨.୫ ରୁ ୫ ଲକ୍ଷ ମଧ୍ୟରେ ତେବେ ୨.୫ ଲକ୍ଷ ଟଙ୍କା ଉପରେ ୫ ପ୍ରତିଶତ ଆୟ କର ପଇଠ କରିବେ। ଆୟକର ନିୟମ ସେକସନ୍‌ ୮୭(ଏ) ଅନୁଯାୟୀ ଆପଣ ୫ଲକ୍ଷ ପର୍ଷ୍ୟନ୍ତ ବାର୍ଷିକ ଆୟ ଉପରୁ ଟିକସ ଛାଡ଼ କରିପାରିବେ। ରାଜ୍ୟ ସରକାର କର୍ମଚାରୀ ଜାତୀୟ ପେନସନ ଯୋଜନାରେ ୧୪ ପ୍ରତିଶତ ଟିକସରେ ରିଆତି ପାଇବେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories