www.samajalive.in
Monday, December 8, 2025
27.1 C
Bhubaneswar

ଫୁଲ-ଫଳ-ଧୂପ-ଦୀପ ନୁହେଁ; ଏହି ମନ୍ଦିରରେ ପଥରରେ ହୁଏ ଠାକୁରଙ୍କ ପୂଜା

ମନ୍ଦିରକୁ ଲୋକମାନେ ଯାଇ ଫୁଲ ଚଢ଼ାନ୍ତି । ଫଳ ଭୋଗ ଲଗାନ୍ତି, ଧୂପ ଓ ଦୀପ ଲଗାନ୍ତି । ମାତ୍ର ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ, ଯେଉଁଠି ଫୁଲଫଳ ବା ଧୂପଦୀପ ନୁହେଁ ପଥରରେ ପୂଜା ପାଆନ୍ତି ଦେବତା । ପୂଜା କରିବାକୁ ଆସୁଥିବା ଲୋକମାନେ ଗୋଟିଏ ଗୋଟିଏ ପଥର ଏଠାରେ ଚଢ଼ାନ୍ତି । ଏହି ମନ୍ଦିର କର୍ଣାଟକର ମାଣ୍ଡିଆ ସହରରେ ଅବସ୍ଥିତ । ବାଙ୍ଗାଲୋର-ମହୀଶୂର ଜାତୀୟ ରାଜପଥ ପାର୍ଶ୍ବରେ ଏହି ମନ୍ଦିର ରହିଛି ।

କିରାଗାଣ୍ଡୁରୁ-ବେବିନାହଲ୍ଲୀ ରାସ୍ତାରେ ଥିବା କୋଟିକାଲିନା କାଦୁ ବାସପ୍ପା ମନ୍ଦିରରେ ଦେବତାଙ୍କ ନିକଟରେ ନୈବେଦ୍ୟ ଭାବରେ ଲାଗି ହୁଏ ପଥର।  ଯଦି ଆପଣ ଏଠାରେ ଭ୍ରମଣ କରିବାକୁ ଯାଆନ୍ତି, ତେବେ ଆପଣଙ୍କୁ ନୈବେଦ୍ୟ ଭାବରେ ପଥରଟିଏ ଦେବାକୁ ପଡିବ | ଏଥିପାଇଁ କୌଣସି ନିର୍ଦିଷ୍ଟ ଆକାର ବା ଓଜନ ଦାର୍ଯ୍ୟ ନାହିଁ । ତେବେ ଏକ ସମୟରେ ଜଣେ ବ୍ୟକ୍ତି ୩ଟି ବା ୫ଟି ପଥର ଭଗବାନଙ୍କ ନିକଟରେ ଅର୍ପଣ କରିପାରିବ ।

- Advertisement -

ଆପଣ ଯେବେ କେତେବେଳେ ଏହି ମନ୍ଦିରକୁ ଯିବେ ତେବେ ଦେଖିବେ ଚାରିଆଡ଼େ ପଥର ଆଉ ପଥର । ମନ୍ଦିର ଭିତର ବାହାର ଛୋଟବଡ଼ ପଥରରେ ପରିପୂର୍ଣ୍ଣ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ମନ୍ଦିରରେ କୌଣସି ବ୍ରାହ୍ମଣ ବା ପୂଜକ ବା ପୁରୋହିତ ନାହାନ୍ତି । ପର୍ଯ୍ୟଟକ ନିଜେ ପୂଜା କରନ୍ତି । ମାଣ୍ଡିଆ ଅଞ୍ଚଳର ପ୍ରାୟ ସମସ୍ତ ଗ୍ରାମବାସୀ ଏହି ମନ୍ଦିରକୁ ପ୍ରତିଦିନ ପୂଜା କରିଥାଆନ୍ତି ଓ ପଥର ଆଣି ଗଦା କରନ୍ତି । ବିଶ୍ବାସ କରାଯାଏ ଯେ ଲୋକଙ୍କ ମାନସିକ ପୂରଣ ହେବା ପରେ ନିଜ ଜମି ବା କ୍ଷେତରୁ ପଥର ସଂଗ୍ରହ କରି ବ୍ୟକ୍ତିମାନେ ଏଠାରେ ଭଗବାନଙ୍କୁ ଅର୍ପଣ କରନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories