www.samajalive.in
Monday, December 8, 2025
20.1 C
Bhubaneswar

ସର୍ବଭାରତୀୟ ଛିନ୍ଦେଇକେଲା କପ୍‌ ଆରମ୍ଭ, ଉଦ୍‌ଘାଟନୀ ମ୍ୟାଚ୍‌ରେ ବଲାଙ୍ଗିର ବିଜୟୀ

ପାଇକମାଳ: ବରଗଡ଼ ଜିଲା ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ୨୬ତମ ଛିନ୍ଦେଇକେଲା ସର୍ବଭାରତୀୟ କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି। ଛିନ୍ଦେଇକେଲା ସରପଞ୍ଚ ରାମଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ମ୍ୟାଚ୍‌ରେ ବଲାଙ୍ଗିର ଦଳ ବିଜୟୀ ହୋଇଥିଲା।
ଆଜି ଉଦ୍‌ଘାଟନୀ ଦିବସର ପ୍ରଥମ ମ୍ୟାଚ ପଦ୍ମପୁର ରାଜବୋଡାସମ୍ବର ସ୍ପୋର୍ଟିଂ ଓ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗିର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ନିକୁ ସିଂହଦେଓଙ୍କ ୫୮, ଶୁଭମ ସାହୁଙ୍କ ୪୬ ଓ ମାନସ ମିଶ୍ରଙ୍କ ୧୯ରନ ବଳରେ ୬ୱିକେଟ ହରାଇ ମୋଟ ୧୮୩ ରନ ସଂଗ୍ରହ କରିଥିଲା। ରାଜବୋଡ଼ାସମ୍ବର ପକ୍ଷରୁ ସୋମେଶ ମାଝୀ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ। ୧୮୪ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ରାଜବୋଡ଼ାସମ୍ବର ପକ୍ଷରୁ ଚିନ୍ମୟ ସର୍ବାଧିକ ୪୭ ରନ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲେ। ଫଳରେ ମାତ୍ର ୯୦ ରନରେ ଦଳର ସବୁ ୱିକେଟର ପତନ ଘଟିଥିଲା। ବଲାଙ୍ଗିର ଦଳରୁ ହର୍ଷରାଜ ସିଂ ସର୍ବାଧିକ ୪ଟି ୱିକେଟ ଦଖଲ କରିଥିଲେ।


ଖେଳ ପରିଚାଳନା କରିଥିଲେ ଓସିଏ ଅମ୍ପାୟାର ଚୂଡାମଣି ପାଢୀ ଓ ବିକାଶ ମେହେର। ପ୍ରମୋଦ ଦାଶ ଓ ଋଷଭ ସାହୁ ସ୍କୋରର ଦାୟିତ୍ଵ ତୁଲାଇଥିଲେ। ଧାରାବିବରଣୀ ପ୍ରଦାନ କରିଥିଲେ ପତିତପାବନ ସାହୁ, ପ୍ରହଲ୍ଲାଦ ଭୋଇ ଓ ସୁନାଧର ଭୋଇ। ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଖାଡିଆ ସାହୁ ଯୋଗ ଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ବଲାଙ୍ଗିର ଦଳର ନିକୁ ସିଂହଦେଓ ‘ମ୍ୟାନ ଅଫ ଦି ମ୍ୟାଚ’ ବିବେଚିତ ହୋଇଥିଲେ। ଶୁକ୍ରବାର କଣ୍ଟାବାଞ୍ଜି ଓ ବାଗବହରା (ଛତିଶଗଡ଼) ମଧ୍ୟରେ ମୁକାବିଲା ହେବ ବୋଲି ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଆୟୋଜକ କମିଟି ସଭାପତି ଆନନ୍ଦ ସାହୁ, ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ, ପତିତପାବନ ସାହୁ, ରୋହିତ କୁମାର ସାହୁ, ହେମସାଗର ସାହୁ, ସ୍ବତନ୍ତ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories