www.samajalive.in
Monday, December 8, 2025
27.1 C
Bhubaneswar

ମଧ୍ୟପ୍ରଦେଶ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ୧୦ ମୃତ

ଭୋପାଳ: ମଧ୍ୟପ୍ରଦେଶ ଜବଲପୁରରେ ଥିବା ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ୧୦ଜଣଙ୍କ ମୃତ୍ୟୁ ହୋଇଛି। ଜବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଜବଲପୁର ନ୍ୟୁଲାଇଫ ମଲ୍ଟିହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ଜଣଙ୍କ ମୃତ୍ୟୁ ହୋଇଛି। ଏହାସହିତ ବହୁ ରୋଗୀ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ରୋଗୀଙ୍କ ସହିତ ୨ଜଣ ନର୍ସିଂ ଷ୍ଟାଫଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଇଛି। ଗୋହଲପୁର ଥାନା ଚଣ୍ଡାଲଭାଟା ଅଞ୍ଚଳରେ ଏହି ଡାକ୍ତରଖାନା ରହିଛି। ନିଆଁ ଲାଗିଥିବା ଡାକ୍ତରଖାନାର ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଛି। ଫଳରେ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ ସହ ଅଗ୍ନିକାଣ୍ଡରେ ଫସି ରହିଥିବା ବ୍ୟକ୍ତିଙକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ନିଆଁ ଆୟତ୍ତ ହୋଇପାରିନି, କିଛି ଲୋକ ଫସି ରହିଥିବା ସୂଚନା ମିଳିଛି। ।
ଜବଲପୁର ଡାକ୍ତରଖାନାରେ ନିଆଁ ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣାରେ ମୃତାହତଙ୍କ ପାଇଁ ସରକାରୀ ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ପ୍ରତି ମୃତକଙ୍କ ପରିବାର ପିଛା ୫ଲକ୍ଷ ଟଙ୍କା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ଘୋଷଣା କରିଛନ୍ତି। ଏହାସହିତ ଏହି ଅଗ୍ନିକାଣ୍ଡରେ ଆହତ ହୋଇଥବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ସରକାରୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ମଧ୍ୟ ପ୍ରଦେଶର ଦମୋହ ନାକା ପାଖରେ ଥିବା ନ୍ୟୁ ଲାଇଫ ମଲ୍‌ଟିସ୍ପେଶାଲିଟି ହସ୍‌ପିଟାଲ୍‌ରେ ଘଟିଛି ଅଗ୍ନିକାଣ୍ଡ। ଡାକ୍ତରଖାନାରେ ନିଆଁ ଲାଗି ଯିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି। ସୋମବାର ଅପରାହ୍ଣରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ।
ସର୍ଟ ସର୍କିଟ୍ ଯୋଗୁ ଡାକ୍ତରଖାନାରେ ନିଆଁ ଲାଗିଥିବା କୁହାଯାଉଛି। ତଳ ମହଲାରେ ଶର୍ଟ ସର୍କିଟ୍ ହୋଇ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଡାକ୍ତରଖାନାର ପୂରା ତିନି ମହଲାକୁ ବ୍ୟାପୀ ଯାଇଥିଲା। ନିଆଁ ଲିଭା କାର୍ଯ୍ୟ ଶେଷ ହୋଇ ନଥିବା ବେଳେ ଡାକ୍ତରଖାନା ଭିତରେ ଆଉ କିଛି ଲୋକ ଫସି ରହିଥିବା କୁହାଯାଉଛି। ଏହି ଘଟଣା ଜଣାପଡିବା ପରେ ଅଗ୍ନିଶମବାହିନୀର ଗାଡି ଘଟଣାସ୍ଥଳରେ ନିଆଁ ଲିଭାଇବା କାମ ଜାରିରଖିଛନ୍ତି। ଅନେକ ଜଣଙ୍କୁ ଉଦ୍ଧାର କରାଯାଇଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories