www.samajalive.in
Monday, December 8, 2025
20.1 C
Bhubaneswar

ବିହାର ନାବାଳକଙ୍କ ବିରଳ ଟ୍ୟୁମର ଅସ୍ତ୍ରୋପଚାର; ମାଢିରୁ ବାହାରିଲା ୮୨ ଦାନ୍ତ

ପାଟନା: ବିହାରର ଜଣେ ବାଳକ ଏକ ବିରଳ ଟ୍ୟୁମର ରୋଗରେ ପୀଡିତ ହୋଇଥିଲେ। ତାଙ୍କ ମୁହଁର ତଳ ଦୁଇପଟେ ଏହି ଟ୍ୟୁମର ବଢିବାରେ ଲାଗିଥିଲା। ଶେଷରେ ଡାକ୍ତରମାନେ ଉକ୍ତ ଟ୍ୟୁମର ଅସ୍ତ୍ରୋପଚାର କରି ସେଠାରୁ ୮୨ଟି ଦାନ୍ତ ବାହାର କରିଛନ୍ତି। ୧୭ ବର୍ଷ ବୟସ୍କ ନିତିଶ କୁମାରଙ୍କ ଠାରେ ଏହି ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଛି।
ଜଣାଯାଇଛି ଯେ ନିତିଶ ବିରଳ ତଥା ଜଟିଳ ଓଡୋନଟୋମାରେ ଆକ୍ରାନ୍ତ ହୋଇଥିଲେ। ଏହା ମାଢିର ଏକ ବିରଳ ଟ୍ୟୁମର ରୋଗ। ଗତ ପାଞ୍ଚବର୍ଷ ଧରି ସେ ଏଥିରେ ଆକ୍ରାନ୍ତ ହୋଇ ଅନେକ ଚିକିତ୍ସା କରାଇଥିଲେ। କିନ୍ତୁ କିଛି ସୁଫଳ ମିଳିବାରୁ ସେ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇଥିଲେ। ତାହା ପରୀକ୍ଷା ନିରୀକ୍ଷା କରିବା ପରେ ଟ୍ୟୁମର ଭିତରେ ଦାନ୍ତଭଳି କିଛି ପତାର୍ଥ ରହିଥିବା ଜଣାପଡିଲା ଏବଂ ଡାକ୍ତରମାନେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଦୀର୍ଘ ତିନିଘଣ୍ଟା ଅସ୍ତ୍ରୋପଚାର କରାଯିବା ପରେ ଉକ୍ତ ଟ୍ୟୁମର ଭିତରୁ ୮୨ଟି ଦାନ୍ତ ବାହାରିଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories