www.samajalive.in
Monday, December 8, 2025
20.1 C
Bhubaneswar

ମା’ଙ୍କ ସନ୍ଧ୍ୟା ଆରତୀର ମହତ୍ତ୍ବ; ଜାଣନ୍ତୁ ବଙ୍ଗୀୟ ରୀତିନୀତିର ନିଆରା ପରମ୍ପରା

ହିନ୍ଦୁଧର୍ମରେ ଦୁର୍ଗା ପୂଜା ହେଉଛି ମହତ୍ତ୍ବପୂର୍ଣ୍ଣ ଉତ୍ସବ। ପଶ୍ଚିମବଙ୍ଗରେ ଏହାର ନିଆରା ସ୍ବତନ୍ତ୍ରତା ରହିଥିବା ବେଳେ ଓଡିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଦୁର୍ଗା ପୂଜା ବଡ ଧୁମଧାମରେ ପାଳନ କରାଯାଏ। ନବରାତ୍ରର ୯ ଦିନରେ ମା ଦୁର୍ଗାଙ୍କ ୯ଟି ରୂପକୁ ପୂଜା କରାଯାଏ। ପରେ ଦଶମୀ ଦିନ ମା’ଙ୍କୁ ବିଦାୟ ଦିଆଯାଏ। ବଙ୍ଗୀୟ ରୀତିନୀତି ଅନୁଯାୟୀ ଏହି ଦିନ ସିନ୍ଦୁର ଖେଳ ହୁଏ। ମହିଳାମାନେ ମା’ଙ୍କୁ ସିନ୍ଦୁର ଅର୍ପଣ କରିବା ସହ ପରସ୍ପର ମଧ୍ୟରେ ସିନ୍ଦୁର ଲଗାନ୍ତି। ପରେ ମା’ଙ୍କୁ ବିସର୍ଜନ କରାଯାଏ।

ନବରାତ୍ର ଅବସରରେ ୯ ଦିନ ଯାଏଁ ମା’ଙ୍କୁ ବିଶେଷ ରୀତିନୀତିରେ ପୂଜା କରାଯାଏ। ସେଥି ମଧ୍ୟରୁ ସନ୍ଧ୍ୟା ଆଳତୀ ହେଉଛି ଅନ୍ୟତମ। ସନ୍ଧ୍ୟା ଆଳତୀ ବିଶେଷ ମହତ୍ତ୍ବ ରହିଥାଏ। ଭଜନ, ଶଙ୍ଖ, ଢୋଲ, ନାଗରା, ଘଣ୍ଟି, ଘଣ୍ଟ ଓ ହୁଳହୁଳିରେ ମା’ଙ୍କ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହୁଏ। କୋଲକତାରେ ସନ୍ଧ୍ୟା ଆଳତୀର ଏତେ ମହତ୍ତ୍ବ ଥାଏ ଯେ, ଏହାକୁ ଦେଖିବା ପାଇଁ ଲୋକେ ଦୂର ଦୂରନ୍ତାରୁ ଛୁଟି ଆସନ୍ତି। ବଙ୍ଗୀୟ ରୀତିନୀତି ଅନୁଯାୟୀ ସେମାନଙ୍କ ବେଶଭୂଷା ମାହଲକୁ ଆହୁରି ଆକର୍ଷଣୀୟ କରିଥାଏ।

- Advertisement -

ଏହା ସହ ପଶ୍ଚିମବଙ୍ଗରେ ଏକ ନିଆରା ପରମ୍ପରା ରହିଛି। ଅଷ୍ଟମ ଦିନରେ ମା’ଙ୍କୁ ପୁଷ୍ପାଞ୍ଜଳି ଦେବାର ପରମ୍ପରା ରହିଛି। ବେଙ୍ଗଲୀମାନେ ଦେଶର ଯେଉଁ କୋଣରେ ଥିଲେ ମଧ୍ୟ ଅଷ୍ଟମୀ ଦିନ ସକାଳୁ ଉଠି ସ୍ନାନ ସାରି ମା’ଙ୍କୁ ଅବଶ୍ୟ ଫୁଲ ଅର୍ପଣ କରନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories