www.samajalive.in
Monday, December 8, 2025
27.1 C
Bhubaneswar

ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ହଟାଇବା ପାଇଁ ବିରୋଧୀଙ୍କ ପ୍ରସ୍ତୁତି: ଆଣିବେ ମହାଭିଯୋଗ ପ୍ରସ୍ତାବ !

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନରଙ୍କ ଉପରେ ଭୋଟ ଚୋରିର ଲଗାତାର ଅଭିଯୋଗ କରୁଛନ୍ତି । ନିର୍ବାଚନ କମିଶନର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ରାହୁଲ ଯେଉଁ ଅଭିଯୋଗ ଆଣିଛନ୍ତି ତା’ର ପ୍ରମାଣ ସହିତ ସତ୍ୟପାଠ ୭ଦିନ ମଧ୍ୟରେ ଦେବେ, ଅନ୍ୟଥା ତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି ବିବେଚନା କରିବା ସହ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବେ ବୋଲି କୁହାଯାଇଛି ।
ଏବେ ବିରୋଧୀ ଦଳ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ସୋମବାର ସଂସଦ ଭବନରେ ଇଣ୍ଡି ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଛି । ସୂତ୍ର ଅନୁସାରେ ନିର୍ବାଚନ କମିଶନରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଉପରେ ବୈଠକରେ ସର୍ବସମ୍ମତି ହୋଇଛି । ଏହା ବ୍ୟତୀତ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଭୋଟ ଚୋରି ବିରୋଧରେ ପ୍ରତିବାଦ ଜାରି ରହିବ ।
ମହାଭିଯୋଗ ପ୍ରସ୍ତାବ କ’ଣ?
ମହାଭିଯୋଗ ଏକ ସାମ୍ବିଧାନିକ ପ୍ରକ୍ରିୟା । ଭାରତୀୟ ସମ୍ବିଧାନରେ ଏହା ଆୟରଲ୍ୟାଣ୍ଡରୁ ନିଆଯାଇଛି । ଯେତେବେଳେ କୌଣସି ସାମ୍ବିଧାନିକ ପଦବୀରେ ବସିଥିବା ବ୍ୟକ୍ତି ସମ୍ବିଧାନ ଉଲ୍ଲଂଘନ କରନ୍ତି, ଖରାପ ବ୍ୟବହାର କରନ୍ତି କିମ୍ବା ଅକ୍ଷମ ହୋଇଯାଆନ୍ତି, ସେତେବେଳେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଅଣାଯାଏ । ଏହି ପ୍ରସ୍ତାବ ରାଷ୍ଟ୍ରପତି, ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ ବିଚାରପତି, ମୁଖ୍ୟ ନିର୍ବାଚନ ଆୟୋଗ ଇତ୍ୟାଦିଙ୍କ ବିରୋଧରେ ଅଣାଯାଇପାରିବ ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories