www.samajalive.in
Sunday, November 16, 2025
15.1 C
Bhubaneswar

ଗ୍ରାମାଞ୍ଚଳରେ ବେପରୁଆ ଭାବରେ ଲୋକଙ୍କ ଭିଡ଼ ଜମୁଛି, ଲୁଚା ଚୋରାରେ ଚାଲିଛି ବେପାର

ବେଗୁନିଆ: ଦ୍ୱିତୀୟ ପର୍ୟ୍ୟାୟ କରୋନା ସଂକ୍ରମଣଠାରୁ ସାଧାରଣ ଜନତାଙ୍କୁ ଦୁରେଇ ରଖିବା ପାଇଁ ସରକାର ଲକଡାଉନ ଏବଂ ସଟଡାଉନ ସହିତ କୋଭିଡ ନୀତିନିୟମ ପ୍ରଣୟନ କରିଛନ୍ତି । କିନ୍ତୁ ଏହା ଭିତରେ ପ୍ରତେକଦିନ ବେଗୁନିଆ ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ଯେଉଁଥିପାଇଁ ରାଜ୍ୟସରକାର ପୁନଶ୍ଚ ଏହି ମହାମାରୀ ଭୁତାଣୁଠାରୁ ଯଥା ସମ୍ଭବ ଦୁରେଇ ରଖିବା ପାଇଁ ଲକଡାଉନକୁ ପରିବର୍ଦ୍ଧିତ କରି ଶନିବାର, ରବିବାର ଦିନଗୁଡିକରେ ଦୋକାନ ବଜାର ସହିତ ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ଅନୁଷ୍ଠାନ ସମ୍ପୂର୍ଣ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି । ଅନ୍ୟ ଦିନମାନଙ୍କରେ ଦିବା ୧୧ ଟାରୁ ସକାଳ ୭ ଟା ପର୍ୟ୍ୟନ୍ତ ଆଂଶିକ ସଟଡାଉନ ନିୟମକୁ ମଧ୍ୟ ଯୋଡ଼ିଦେଇଛନ୍ତି । ସାଧାରଣତଃ ଲୋକମାନଙ୍କର ଦୈନନ୍ଦିନ ଆବଶ୍ୟକ ଖାଦ୍ୟ ଦ୍ରବ୍ୟ ସହିତ ପନିପରିବା ତଥା ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ କିଛିଟା କୋହଳ ବ୍ୟବସ୍ଥା ଗ୍ରହଣ କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଏ ସବୁ ନୀତିନିୟମକୁ ବ୍ଲକର ବିଭିନ୍ନ ପଂଚାୟତର ଗଳିକନ୍ଦିରେ ସାଧାରଣ ଲୋକ ମାନିବାକୁ ନାରାଜ । ବିଭିନ୍ନ ଜାଗାରେ ଦୋକାନ ବଜାର କରିଥିବା ବ୍ୟବସାୟୀମାନେ ଦୋକାନ ଖୋଲି ଅଧା କବାଟ କିଳାରେ ବେଧଡକ ଭାବରେ ବେପାର କରିଚାଲିଛନ୍ତି ।

ଲୋକମାନେ ମଧ୍ୟ ସରକାରୀ ନୀତିନିୟମକୁ ବେଖାତିର କରିବା ସହିତ ଏହି ଲୁଚା ଚୋରା କାରବାରକୁ ସମର୍ଥନ କରି ବେଫିକର ଭାବରେ ଜନଗହଳି କରିଚାଲିଛନ୍ତି । ଏହାଦ୍ୱାରା ସରକାର ଏହି ମହାମାରୀ ଭୁତାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଚଳାଇଥିବା ପ୍ରଚେଷ୍ଟା ଭଣ୍ଡୁର ହେବା ସହିତ ମହାମାରୀ ଭୁତାଣୁ ତାର କାୟା ବିସ୍ତାର କରିବା ପାଇଁ ଜନସାଧାରଣ ତାକୁ ସ୍ୱାଗତ କରୁଥିବାର ମନେ ହେଉଛି । ଲୋକମାନେ ଗୋଟିଏ ଜାଗାରେ ମେଳି ହୋଇ ବସିବା ଭୋଜି ଭାତ କରିବା ଏବଂ ଗୋଟିଏ ଜାଗାରେ ଏକତ୍ରିତ ହୋଇ ବିଭିନ୍ନ ଖେଳ ଖେଳୁଥିବାର ଦୈନନ୍ଦିନ ଦେଖିବାକୁ ମିଳୁଛି । ସ୍ଥାନୀୟ ପ୍ରଶାସନ କେବଳ ରାସ୍ତା ଉପରେ ଠିଆ ହୋଇ ମାସ୍କ ପିନ୍ଧିନଥିବା ଅମାନିଆମାନଙ୍କ ଠାରୁ କାଁ ଭାଁ ଜରିମାନା ଆଦାୟ କରି ନିଜର କାମ ସାରି ଦେଉଛି । ଗ୍ରାମାଞ୍ଚଳକୁ ପ୍ରଶାସନର ପ୍ରବେଶ ନଥିବାରୁ ଜନସାଧାରଣରେ ସଚେତନତା ନଥିବା ବେଳେ ଭୟ ମଧ୍ୟ ନଥିବାର ଦେଖିବାକୁ ମିଳୁଛି । କିଛି କାମ ନଥାଇ ବହୁ ଅମାନିଆ ଗାଡି ମୋଟର ଧରି ବୁଲୁଥିବାବେଳେ ସେମାନଙ୍କ ପ୍ରତି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଅମାନିଆ ଗାଡିଚାଳକ ଏବଂ ବ୍ୟବସାୟୀମାନଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଗଲେ ହୁଏତ କିଛି ପରିମାଣରେ ଲୋକମାନଙ୍କ ମନରେ ଭୟ ହେଲେ ସେମାନେ ନୀତିନିୟମକୁ ମାନି ଚଳନ୍ତେ ଏବଂ ସେମାନଙ୍କ ଯୋଗୁଁ ଶିକାର ହେଉଥିବା ଅନ୍ୟ ଲୋକମାନେ ରକ୍ଷା ପାଇଯାନ୍ତେ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories