www.samajalive.in
Monday, December 8, 2025
27.1 C
Bhubaneswar

ବଡ଼ ସଫଳତା: କରୋନା ଭୂତାଣୁର ପ୍ରମୁଖ ପ୍ରୋଟିନ ସରଞ୍ଚନାର ଏକ ଅଂଶକୁ ଖୋଜି ବାହାର କଲେ ଭାରତୀୟ ଗବେଷକ

କରୋନା ମହାମାରୀ ବିରୋଧୀ ଲଢ଼େଇରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। କରୋନା ଭୂତାଣୁର ଏକ ପ୍ରମୁଖ ପ୍ରୋଟିନ ସରଞ୍ଚନାର ଏକ ଅଂଶକୁ ହିମାଚଳ ପ୍ରଦେଶ ଆଇଆଇଟି ମଣ୍ଡିର ଗବେଷକମାନେ ଚିହ୍ନଟ କରିଛନ୍ତି। ଏହାଦ୍ବାରା କରୋନାର ସଠିକ୍‌ ଏବଂ ଉତ୍ତର ଚିକିତ୍ସା ପଦ୍ଧତି ବିକଶିତ କରିବାରେ ସହାୟତା ମିଳିବ। ଭୂତାଣୁର ଗତିବିଧି, ସଂକ୍ରମଣ ଏବଂ ରୋଗର ଗମ୍ଭୀରତାକୁ ବୁଝିବା ସହଜ ହେବ। ଏ ନେଇ ଆଇଆଇଟିର ବିଶେଷଜ୍ଞମାନେ କରିଥିବା ଗବେଷଣାର ନିଷ୍କର୍ସ କରେଣ୍ଟ ରିସର୍ଚ୍ଚ ଇନ୍‌ ଭାଇରୋଲୋଜିକାଲ ସାଇନ୍ସ ନାମକ ପତ୍ରିକାରେ ପ୍ରକାଶିତ ହୋଇଛି। ଏହି ଗବେଷଣାରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ଗବେଷକମାନଙ୍କ ସହାୟତା ମଧ୍ୟ ନିଆଯାଇଛି।

ବର୍ତ୍ତମାନ ସମୟରେ କରୋନା ଭୂତାଣୁ ଲକ୍ଷଣର କେବଳ ଚିକିତ୍ସା କରାଯାଉଛି। କିନ୍ତୁ ଶରୀରର ରୋଗପ୍ରତିରୋଧ ବ୍ୟବସ୍ଥା ସଂକ୍ରମଣ ସହିତ ଲଢ଼ୁଛି। ଆଜି ପର୍ଯ୍ୟନ୍ତ କୌଣସି ଆଣ୍ଟିଭାଇରାଲ ଔଷଧ ବିକଶିତ ହୋଇନାହିଁ, ଯାହା ଭୂତାଣୁ ପୁନର୍ବାର ବଂଶବିସ୍ତାର କରିବାରୁ ରୋକିପାରିବ। କୌଣସି ପ୍ରକାର ଭୂତାଣୁ ପ୍ରଭାବ ଶେଷ କରିବାର ଗୋଟିଏ ପଦ୍ଧତି ହେଉଛି ତାହାର ପ୍ରୋଟିନକୁ ଖୋଜି ନଷ୍ଟ କରିବା। ଯାହା ଭୂତାଣୁ ସମ୍ବନ୍ଧୀୟ ରୋଗକୁ ବୁଝିବା ସହିତ ଭୂତାଣୁ ଉପରେ କେଉଁ ଔଷଧ ପ୍ରଭାବଶାଳୀ ହେବ ତାହାର ବିକଶିତ କରିବାରେ ସହାୟକ ହେବ।

- Advertisement -

ଏହି ଗବେଷଣାପତ୍ରର ସହଲେଖକ ହେଉଛନ୍ତି ମଣ୍ଡି ଆଇଆଇଟିର ପ୍ରଫେସର ଡା. ରଜନୀଶ ଗିରି। ତାଙ୍କ ସହିତ ଅମିତ କୁମାର, ଅଙ୍କୁର କୁମାର, ପ୍ରତୀକ କୁମାର ଏବଂ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ଡା. ନେହା ଗବେଷଣାରେ ଅଂଶଗ୍ରହଣ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories