www.samajalive.in
Tuesday, December 9, 2025
16.1 C
Bhubaneswar

ଚୀନକୁ ଫିଲିପାଇନ୍ସର ଚେତାବନୀ: ଆକ୍ରମଣ କଲେ ଡ଼ାକିବୁ ଆମେରିକା ସେନା

ମାନିଲା: ଗତ କିଛିମାସ ହେଲା ଦକ୍ଷିଣ ଚୀନ ସାଗରରେ ଚୀନର ଆଧିପତ୍ୟ ବଢ଼ିବାରେ ଲାଗିଛି । ଏହାକୁ ନେଇ ବିଶ୍ବ ସମୁଦାୟ ଚୀନ ଉପରେ ଚାପ ପକାଇ ଆସୁଛନ୍ତି । ମାତ୍ର ଚୀନ ଏହାକୁ ଖାତିର କରୁନାହିଁ । ଏହି ସ୍ଥିତିରେ ଛୋଟିଆ ଦେଶ ଫିଲିପାଇନ୍ସ ଚୀନକୁ ଚେତାବନୀ ଦେଇଛି । ଦକ୍ଷିଣ ଚୀନ ସାଗରରେ ଯଦି ଫିଲିପାଇନ୍ସର ନୌସେନା ଜାହାଜ ଉପରେ ଚୀନ ଆକ୍ରମଣ କରେ ତେବେ ଆମେରିକା ସେନାକୁ ଡ଼ାକିଆଣିବୁ ବୋଲି ଫିଲିପାଇନ୍ସ ବିଦେଶମନ୍ତୟୀ ଟେଓଡ଼ୋରୋ ଲେକାସିନ ଚେତାବନୀ ଦେଇଛନ୍ତି ।

ବୁଧବାର ଟେଓଡ଼ୋରୋ କହିଛନ୍ତି ଯେ ଚୀନ ଯଦି ଆକ୍ରମଣ କରେ ତେବେ ଫିଲିପାଇନ୍ସ ଆମେରିକା ସହ ପ୍ରତିରକ୍ଷା ବୁଝାମଣା ଲାଗୁ କରିବାକୁ ବାଧ୍ୟ ହେବ । ଏହା ପୂର୍ବରୁ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ଼୍ରିଗୋ ଡ଼ୁଟେର୍ଟ ଆମେରିକାଠାରୁ ତାଙ୍କ ସରକାର କୌଣସି ସହାୟତା ମାଗିବ ନାହିଁ ବୋଲି କହିଥିଲେ ହେଁ ପରିବର୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲିପାଇନ୍ସ ନିଜର ରଣନୀତି ବଦଳାଇଥିବା ମନେ କରାଯାଉଛି ।

ଫିଲିପାଇନ୍ସ ବିଦେଶମନ୍ତ୍ରୀ କହିଛନ୍ତି ଯେ ଚୀନର ଚେତାବନୀ ସତ୍ବେ ଫିଲିପାଇନ୍ସର ବାୟୁସେନା ଦକ୍ଷିଣ ଚୀନ ସାଗର ଦେଇ ଅତିକ୍ରମ କରୁଛି ଓ କରିବ । ଏହାକୁ ଚୀନ ଅବୈଧ ବୋଲି କହୁଛି । ମାତ୍ର ପ୍ରଥମରେ ଆନ୍ତର୍ଜାତିକ ନ୍ୟାୟାଳୟରେ ଚୀନ ଏହି ପ୍ରସଙ୍ଗରେ ପରାଜିତ ହୋଇଛି । ତଥାପି ଚୀନ ନିଜର ମନୋଭାବ ପରିବର୍ତନ କରୁନାହିଁ । ଯଦି ଏପରି କାର୍ଯ୍ୟ ଅବ୍ୟାହତ ରହେ ଓ କୌଣସି ପରିସ୍ଥିତିରେ ଫିଲିପାଇନ୍ସ ଜାହାଜ ଉପରେ ଚୀନ ଆକ୍ରମଣ କରେ ତେବେ ଆମେରିକାକୁ ସହାୟତା ପାଇଁ ଡ଼ାକିବୁ ବୋଲି ବିଦେଶ ମନ୍ତ୍ରୀ ଲୋକାସିନ୍ କହିଛନ୍ତି ।  ସୂଚନାଯୋଗ୍ୟ ଯେ ବୁଧବାର ରାତିରେ ଚୀନ ଦକ୍ଷିଣ ଚୀନ ସାଗରେ ୪ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା ।  ଏହି କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଥିବା କୁହାଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories