ଡେସ୍କ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୋମବାର ଶେଷ ହୋଇଛି । ଶେଷ ଦିନରେ ଛାତ୍ରଛାତ୍ରୀମାନେ ଗଣିତ ପରୀକ୍ଷା ଦେଇ ଖୁସି ମନରେ ଘରକୁ ଫେରିଛନ୍ତି । ତେବେ ପରୀକ୍ଷା ପରିଚାଳନାରେ କିଛି ତ୍ରୁଟି ଦେଖାଯାଇଥିଲା, କିନ୍ତୁ ସୁରୁଖୁରୁରେ ପରୀକ୍ଷା ସରିଛି ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।
ଗତ ୧୦ ତାରିଖରୁ ରାଜ୍ୟରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ତେବେ ଆସନ୍ତା ୩ ତାରିଖରୁ ମୋଟ ୫୬ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ଶ୍ରୀ ହାଜରା କହିଛନ୍ତି।



