www.samajalive.in
Tuesday, December 9, 2025
16.1 C
Bhubaneswar

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯାଞ୍ଚ : ୧୧ଦିନରେ ୨୬୭୪ ଚାଲାଣ

ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଆରପିସି) ଲଗାଇବାର ଅବଧି ଷେଷ ହେବା ପରେ ଏବେ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ ୧୧ ଦିନ ଏଚଆରପିସି ଲଗାଇ ନ ଥିବା ୨୬୭୪ ଗାଡି ମାଲିକଙ୍କୁ ଚାଲାଣ ପଠାଯାଇଛି। କେନ୍ଦ୍ରୀୟ ମୋଟର ଯାନ ଆଇନ ଅନୁସାରେ ଏଚଆରପିସି ଏବଂ କଲର କୋଡ ଷ୍ଟିକର ନ ଲଗାଇଲେ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ସୂଚନାଯୋଗ୍ୟ ଯେ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜିକୃତ ହୋଇଥିବା ଯାନରେ ଏଚଆରପିସି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିଲା। ଯେଉଁ ଗାଡିର ନମ୍ବର ୧,୨,୩,୪, ୫ ଏବଂ ୬ରେ ଶେଷ ହେଉଥିଲା ସେଥିପାଇଁ ୨୦୨୨ ଡିସେମ୍ବର ୩୧ ତାରିଖକୁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। ସେହିପରି ୭ ଓ ୮ରେ ସମାପ୍ତ ହେଉଥିବା ଯାନ ସଂଖ୍ୟା ପାଇଁ ଶେଷ ତାରିଖ ୨୦୧୩ ଜାନୁୟାରୀ ୩୧ରେ ଶେଷ ହୋଇଛି । ୯ ଏବଂ ୦ ସହିତ ଶେଷ ହେଉଥିବା ଯାନ ପାଇଁଏଚଆରପିସି ଲଗାଇବାର ଶେଷ ତାରିଖ ଫେବୃଆରୀ ୨୮କୁ ଧାର୍ଯ୍ୟ କରାଯାଇଥିଲା।
ଏ ସଂକ୍ରାନ୍ତରେ ଅତିରିକ୍ତ ପରିବହନ ଆୟୁକ୍ତ ଲାଲମୋହନ ସେଠୀ କହିଛନ୍ତି ଯେ , ଚଳିତ ମାସ ୧୩ ତାରିଖ ସୁଦ୍ଧା ୩୮, ୪୯, ୪୯୮ ଗାଡି ମାଲିକ ସ୍ଲଟ ବୁକିଂ କରିଛନ୍ତି । ସେଥିମଧ୍ୟରୁ ୩୧,୬୫୮୫୦ ଗାଡିରେ ଏଚଆରପିସି ଲାଗିଛି। ଏହାବ୍ୟତୀତ ଅନେକ ଗାଡି ମାଲିକ ସ୍ଲଟ ବୁକିଂ କରି ମଧ୍ୟ ଏଚଆରପିସି ଲଗାଉନାହାନ୍ତି । ଆୟୋଗ ପକ୍ଷରୁ କରାଯାଇଥିବା ତଦନ୍ତ ବେଳେ ଏହା ଜଣାପଡିଛି। ଏହାଛଡା ଯେଉଁ ମାଲିକଙ୍କ ପାଖକୁ ଇ-ଚାଲାଣ ଯାଉଛି, ଏହା ସେମାନଙ୍କ ଗାଡି ନୁହେଁ ବୋଲି ଅଭିଯୋଗ କରୁଛନ୍ତି। ବିେଶଷ କରି ଟୋଲ ଗେଟରେ ଥିବା ସ୍ବୟଂଚାଳିତ ଚାଲାଣ ମେସିନ ଓ ଜାତୀୟ ରାଜପଥରେ ଲାଗିଥିବା ଗତିମାପକ କ୍ୟାମେରା ମାଧ୍ୟମରେ ଆସୁଥିବା ଚାଲାଣ ସଂକ୍ରାନ୍ତରେ ଏପରି ଅଭିେଯାଗ ଆସିଛି। ଏଥିରୁ ଜଣାପଡୁଛି ଯେ ଜାଲ ନମ୍ବରରେ ବହୁ ସଂଖ୍ୟକ ଯାନବାହନ ଚଳାଚଳ କରୁଛି। ଏ ନେଇ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯାଞ୍ଚ କଡାକଡି କରାଯିବ। ଯାହାର ଏଚଆରପିସି ନମ୍ବର ନ ଥିବ କିମ୍ବା ଅନ୍ୟ ନମ୍ବରରେ ଗାଡି ଚଳାଚଳ କରୁଥିବ ସେସବୁକୁ ଜବତ କରାଯିବବୋଲି କହିଛନ୍ତି। ଏହାଛଡା ନିର୍ଦ୍ଧାରିତ ସମୟ ମଧ୍ୟରେ ଏଚଆରପିସି ସଂଲଗ୍ନ ନ ହୁଏ, ତେବେ ଗାଡି ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ। ପ୍ରଥମେ ଏଥିପାଇଁ ୫ ହଜାର ଏବଂ ପରବର୍ତ୍ତୀ ଅବସ୍ଥାରେ ୧୦ହଜାର ଟଙ୍କା ଜରିମାନା କରାଯିବ। ଏ ପର୍ଯ୍ୟନ୍ତ ଜାରି କରାଯାଇଥିବା ଚାଲାଣମଧ୍ୟରେ ଅଧିକାଂଶ ଯାନ ଦୁଇ ଚକିଆ ଯାନ ଅଟେ। ଯେଉଁ ଗାଡି ମାଲିକମାନେ ଇଣ୍ଟରନେଟର ବ୍ୟବହାର କରନ୍ତି ନାହିଁ କିମ୍ବା ବୈଷୟିକ ଜ୍ଞାନ ନାହିଁ ସେମାନେ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସେମାନଙ୍କ ସୁବିଧା ଅନୁଯାୟୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଥିବା ଏଚଆରପିସି ସୁବିଧା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରି ବେଲି ଶ୍ରୀ ସେଠୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories