www.samajalive.in
Tuesday, December 9, 2025
17.1 C
Bhubaneswar

ଶୁକ୍ରବାର ରାଶିଫଳ(୦୩.୦୭.୨୦୨୦)

ମେଷ: ସୁଖରେ ଦିନଟି ଅତିବାହିତ ହୋଇପାରେ। କର୍ମକ୍ଷେତ୍ରରେ ଆଗେଇବେ। ସୁସ୍ଥ, ନିରାମୟ ଜୀବନଯାପନ କରିପାରନ୍ତି। ମନୋବଳ ଦୃଢ଼ ରହିବ। ମନ ପ୍ରସନ୍ନ ରହିବ। ପଢ଼ାରେ ଆଗେଇବେ। ଯାନବାହନରେ ସତର୍କ ହେବେ।

ବୃଷ: ଲୋକସଂପର୍କ ବୃଦ୍ଧି ପାଇବ। ସମସ୍ୟାର ସୁ ସମାଧାନ କରି ଆଗକୁ ବଢ଼ିବେ। ସୁସ୍ଥ, ନିରାମୟ ରହିବେ। ମାନସିକ ଶାନ୍ତି ମିଳିବ। ବ୍ୟବସାୟ ଲାଭ ଯୁକ୍ତ ହେବ। ସେବକ ମନୋଭାବାପନ୍ନ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଗ୍ରହଣ ଯୋଗ୍ୟ ହେବ।

ମିଥୁନ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ସୁସ୍ଥ ରହିବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି। ଆୟ ବ୍ୟୟ ପ୍ରାୟ ସମାନ ରହିବ। ଶତ୍ରୁ ଦମନ କରିବାର ଶକ୍ତି ବୃଦ୍ଧି ପାଇବ। ଆଶାବାଦୀ ହେବେ। ପଢ଼ାରେ ଆଗେଇବେ।

କର୍କଟ: ନିଜକୁ ଅସହାୟ ମନେ କରିପାରନ୍ତି। ଶୁଭେଚ୍ଛୁମାନଙ୍କ ଦ୍ବାରା ଉପକୃତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ସରକାରୀ କୃପା ଲାଭ କରିପାରନ୍ତି। ସନ୍ତାନ ସୁଖ ମିଳିବ। ପଢ଼ାରେ ମନଯୋଗୀ ହେବେ।

ସିଂହ: ଧୀର-ମନ୍ଥର ଗତିରେ କାର୍ଯ୍ୟ ଚାଲିବ। ଆୟ ହଠାତ୍‌ କମି ଯାଇପାରେ। ବ୍ୟବସାୟରେ ଆଗେଇବେ। ଯାତ୍ରା ସ୍ଥଗିତ ରଖିପାରନ୍ତି। କୃଷି କାର୍ଯ୍ୟ ତ୍ବରାନ୍ବିତ କରିବେ। ଗୃହ ପରିବେଶ ସ୍ବାସ୍ଥ୍ୟ ଉପଯୋଗୀ ହେବ। ପଢ଼ାରେ ଶୁଭଫଳ ମିଳିବ।

କନ୍ୟା: କର୍ମଚଞ୍ଚଳ ରହିବେ। କାର୍ଯ୍ୟରେ ଉତ୍ସାହିତ ହୋଇ ଆଗକୁ ବଢ଼ିବେ। ସୁସ୍ଥ ରହିବେ। ମନୋବଳ ବୃଦ୍ଧି ପାଇବ। ବ୍ୟବସାୟ ଲାଭଜନକ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜନସମର୍ଥନ ମିଳିବ। ସାହସୀ ହେବେ। ପଢ଼ାରେ ଉଚ୍ଚ ଶିକ୍ଷା ଯୋଗ ଅଛି।

ତୁଳା: କର୍ମକ୍ଷେତ୍ର ଉଳମୟ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଆୟ କ୍ରମେ ବଢ଼ିବ। ଋଣ ପରିଶୋଧ କରିପାରନ୍ତି। ଚାକିରି କ୍ଷେତ୍ରରେ ମନ ପ୍ରସନ୍ନ ରହିବ। ସମ୍ମାନିତ ହେବେ। ଚିନ୍ତାଧାରା ମହତ ହେବ। ପଢ଼ାରେ କୃତକାର୍ଯ୍ୟ ହେବେ।

ବିଛା: ଆୟ-ବ୍ୟୟ ସମାନ୍ତରାଳ ଭାବରେ ଗତି କରିପାରେ। ବ୍ୟବସାୟରେ ମଧ୍ୟମ ଫଳ ମିଳିବ। ନୂତନ ନିଯୁକ୍ତିର ସୂଚନା ମିଳୁଛି। କର୍ମରେ ସଫଳତା ମିଳିବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରୀତି ଭୋଜନ ମିଳିବ। ପଢ଼ାରେ ଶୁଭଫଳ ମିଳିବ।

ଧନୁ: ସର୍ବଦା କାର୍ଯ୍ୟ ବ୍ୟସ୍ତ ରହିବେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ବ୍ୟବସାୟରେ ଲାଭ-କ୍ଷତି ପ୍ରାୟ ସମାନ ହେବ। ଖର୍ଚ୍ଚାନ୍ତ ହେବା ଆଶା କରାଯାଏ। ସୁଭାଷୀ ହେବେ। ପଢ଼ାରେ ମନଯୋଗୀ ହେବେ।

ମକର: ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣରୂପ-ରେଖ ଦେବାରେ ସକ୍ଷମ ହେବେ। ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କର୍ମଚଞ୍ଚଳ ରହିବେ। ଜନସମର୍ଥନ ପାଇ ଖୁସି ହେବେ। ସରକାରୀ ସ୍ତରରୁ ଆୟ ହେବ। ପଢ଼ାରେ ଆଗେଇବେ।

କୁମ୍ଭ: ଉଚ୍ଚ ଆଶା ଫଳବତୀ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁସ୍ଥ ରହିବେ। ମନୋବଳ ଦୃଢ଼ ରହିବ। ଆୟ ମଧ୍ୟମ ଧରଣର ହେବ। ଶ୍ରମ ସାର୍ଥକ ହେବ। ବନ୍ଧୁ ମିଳନ ଘଟିପାରେ। ପଢ଼ାରେ କୃତକାର୍ଯ୍ୟ ହେବେ।

ମୀନ: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। କର୍ମତତ୍ପରତା ପ୍ରକାଶ ପାଇବ। ବିଭିନ୍ନ ସ୍ତରରୁ ସାହାଯ୍ୟ-ସହଯୋଗ ପାଇ ଆଗେଇବେ। ଚାକିରିରେ ମନପ୍ରସନ୍ନ ରହିବ। ନୀତିନିଷ୍ଠ ହେବେ। ପଢ଼ାରେ ଶୁଭଫଳ ପ୍ରାପ୍ତ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories