ବୁଧବାର ରାଶିଫଳ ( ୨୧.୦୬.୨୦୨୩)

ମେଷ : ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହୋଇପାରନ୍ତି। ଚାରୁଚନ୍ଦନା ପତ୍ନୀଙ୍କ ମନସ୍କାମନା ପୂରଣ କରିପାରନ୍ତି। ସୁଶୀଳ ହେବେ। ସୁଦୃଶ୍ୟ ସ୍ବାସ୍ଥ୍ୟସମ୍ପନ୍ନ ହେବେ। ଥଣ୍ଡା-କଫରେ ପୀଡ଼ିତ ହେବେ।

ବୃଷ : ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି।ପତ୍ନୀ ବିନୟୀ ଭାବସମ୍ପନ୍ନା ହୋଇପାରନ୍ତି। ବାକ୍ୟପଟୁ ହେବେ।ଜନସାଧାରଣଙ୍କର ଶ୍ରଦ୍ଧାର ପାତ୍ର ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିବେ।

ମିଥୁନ : ଧନ, ଜନ, ଗୋପ, ଲକ୍ଷ୍ମୀ ସବୁ କିଛି ପ୍ରାପ୍ତିର ସୂଚନା ମିଳୁଛି। ମନ ପ୍ରଫୁଲ୍ଲ ରହିବ। ବାଣିଜ୍ୟ କାରବାରରେ ସିଦ୍ଧହସ୍ତ ହେବେ। ଚେତନାର ଉଜ୍ଜ୍ବଳ ପ୍ରଦୀପ ହୋଇପାରନ୍ତି। ଶାସ୍ତ୍ରବିରୋଧୀ କାର୍ଯ୍ୟରେ ସମ୍ମାନ ହାନି ହେବ।

କର୍କଟ : ପ୍ରଜ୍ଞାଶୀଳ ହୋଇପାରନ୍ତି। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ଶାରୀରିକ କାନ୍ତି ସମୁଜ୍ଜ୍ବଳ ହୋଇପାରେ। ଉପୁଜିଥିବା ଦୁଃଖକୁ ଦୂର କରିବାରେ ପାରଙ୍ଗମ ହେବେ। ସ୍ବାସ୍ଥ୍ୟ ଚାହୁଁଥିଲେ ଆହାର ସୁଧାର ହେବ।

ସିଂହ : କର୍ମଚଞ୍ଚଳ ରହିବେ। ଦୈବୀଶକ୍ତି ସମ୍ପନ୍ନ ହୋଇପାରନ୍ତି। ଜନସାଧାରଣଙ୍କ ଆଶା ପୂର୍ଣ୍ଣ କରିବା ପାଇଁ ମିଳିଥିବା ଶ୍ରେଷ୍ଠତାକୁ ଗ୍ରହଣ କରିପାରନ୍ତି। ପରୋପକାରରେ ଧନ ବ୍ୟୟ କରିବେ। ଭାଷା ମଧୁର ହେବ।

କନ୍ୟା : ସତ୍ୟର ପରିପ୍ରକାଶ କରାଇବାରେ ନାସ୍ତିକମାନଙ୍କ ସହିତ ବିବାଦଶୀଳ ହୋଇପାରନ୍ତି। ସଭାସଦ୍‌ମାନଙ୍କ ମନରେ ସତ୍ୟର ଦିବ୍ୟ ପ୍ରେରଣାଦାୟୀ ହେବେ। ଜ୍ଞାନର ସୁଖାଧିବାସ କରିପାରନ୍ତି।

ତୁଳା : ତୀର୍ଥ କଥାମୃତକୁ ଜନସାଧାରଣଙ୍କୁ କର୍ଣ୍ଣଗୋଚର କରିପାରନ୍ତି। ସୌଭାଗ୍ୟ ଉଦୟର ସମୟ ଉପସ୍ଥିତ। ଅଜାତଶତ୍ରୁ ହେବାର ସୂଚନା ମିଳୁଛି। କୃଚ୍ଛ୍ର ସାଧନାରେ ଦିବ୍ୟଶକ୍ତି ସମ୍ପନ୍ନ ହେବେ।

ବିଛା : ନରେନ୍ଦ୍ରତୁଲ୍ୟ ପୂଜ୍ୟ-ପୂଜାର ଅଧିକାରୀ ହୋଇପାରନ୍ତି। ପୁତ୍ର ସୁଖରେ ସୁଖୀ ହେବେ। ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି। ଶୁଦ୍ଧ, ଶୌଚାଦି ଚରିତ୍ରସମ୍ପନ୍ନ ହେବେ। ଅଭିମାନୀ ଓ ପ୍ରୟାସୀ ହୋଇପାରନ୍ତି।

ଧନୁ : ନିଜ ପ୍ରତି କଠୋର ଅନ୍ୟ ପ୍ରତି କୋମଳ ମନୋଭାବ ରହିବ। ସାଧନାରୁ ଶାଶ୍ବତ ସୁଖର ସନ୍ଧାନ ମିଳିବ। କାର୍ଯ୍ୟର ପ୍ରଥମ ସୋପାନ କଷ୍ଟଦାୟକ ହେଲେ ବି ଦ୍ବିତୀୟାର୍ଦ୍ଧରୁ ସୁଖର ଅଧିକାରୀ ହେବେ।

ମକର : ସାମୟିକ ଭାବେ ଉଗ୍ର ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପର ମୁହୂର୍ତ୍ତରେ ଭାଷାକୁ ନମନୀୟ ଓ କମନୀୟ କରିପାରନ୍ତି। ସାଧୁମାନଙ୍କ ପ୍ରତି ପରାଙ୍‌ମୁଖ ହୋଇପାରନ୍ତି। ବେଳେବେଳେ ନିଷ୍ଠୁରତା ହୃଦୟକୁ ସ୍ପର୍ଶ କରିପାରେ।

କୁମ୍ଭ : ବନ୍ଧୁମାନଙ୍କୁ ତୁଷ୍ଟ କରିବାର ସପକ୍ଷରେ ମତପ୍ରକାଶ ନ କରିପାରନ୍ତି। ଭାଷାରେ ନୂତନ ଦିଗନ୍ତ ସୃଷ୍ଟି କରିପାରନ୍ତି। ଶାଣିତ ରଚନାବଳୀ କେତେକଙ୍କର କଷ୍ଟଦାୟକ ହେବ। ସମ୍ବେଦନା ସହିତ ଯୋଡ଼ିହୋଇ ସେବାର ମହତ୍ବ ଉପଲବ୍ଧି କରିବେ।

ମୀନ : ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଭାବରସ, ଭକ୍ତିରସ ଓ ପ୍ରେମରେ ସଂଯୁକ୍ତ ହେବେ। ଆଜି ଦିନଟି ଭଲରେ କଟିବ। ତେଜହୀନ ନ ହେବା ପାଇଁ ଉଦ୍ୟମ ଜାରି ରଖିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

Comments are closed.