www.samajalive.in
Monday, December 8, 2025
27.1 C
Bhubaneswar

ମାଉସୀ ମା ମନ୍ଦିରରେ ଲାଗିଲା ମହାପ୍ରଭୁଙ୍କ ରଥ

ବଡ଼ମ୍ବା : ବଡ଼ମ୍ବାଗଡ଼ ସମେତ ଏହାର ପୁରପଲ୍ଲୀରେ ଶାନ୍ତିପୂର୍ଣ୍ଣଭାବେ ରଥଯାତ୍ରା ସମ୍ପନ ହୋଇଛି। ସଂଧ୍ୟାସୁଦ୍ଧା ସମସ୍ତ ରଥ ମାଉସୀ ମା ମନ୍ଦିରରେ ଲାଗିଛି। ଦେବୋତ୍ତର ଅଧିକାରୀ ତଥା ତହସିଲଦାର ନୀଳକଣ୍ଠ ବେହେରା ଓ ଯାତ୍ରା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧନାରେ ବଡ଼ମ୍ବାରେ ଅନୁଷ୍ଠିତ ରଥଯାତ୍ରାରେ ଠାକୁରଙ୍କ ଆଦ୍ୟ ସେବକ ରାଜା ତ୍ରିବିକ୍ରମଦେବ ବୀରବର ମଙ୍ଗରାଜ ମହାପାତ୍ର ରଥରେ ଛେରା ପହଁରା ନୀତି କରିଥିଲେ। ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ବାଳ ଭୋଗ, ଆନ୍ନପ୍ରସାଦ ଭୋଗଲାଗି ଆଦି ନୀତି ସରିବା ପରେ ଠାକୁରଙ୍କଠି ସେନାପଟା ଲାଗି କରାଯାଇଥିଲା। ନିଯୋଗ ବ୍ରାହ୍ମଣ ଏବଂ ସେବାୟତଙ୍କ ଦ୍ୱାରା ପରେ ପରେ ଟାହିଆଲାଗି ନୀତି ସରିବାରେ ଅପରାହ୍ନରେ ମହାପ୍ରଭୁଙ୍କ ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ରାଜନଅର ବିଜେ ବଡ଼ ଠାକୁର ଏବଂ ରାଧାକାନ୍ତ ଦେବ ମନ୍ଦିର ବିଜେ ଶ୍ରୀ ଜଗନ୍ନାଥ ଗୋଟି ପହଣ୍ଡିରେ ରଥାରୁଢ ହୋଇଥିଲେ। ପରେପରେ ଅପେକ୍ଷାରତ ଶହଶହ ଶ୍ରଦ୍ଧାଳୁ କାହାଳୀ, ଶଂଖ ଏବଂ ଘଣ୍ଟନାଦରେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥକୁ ଭକ୍ତି ବିଭୋର ହୋଇ ଟାଣିଥିଲେ। ଥାନା ଆଇଆଇସି ସ୍ନିଗ୍ଧାମୟୀ ବରାଳ ଏବଂ ଆରକ୍ଷୀ ବାହିନୀଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବେ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା। ଅନୁରୂପ ଭାବେ ଏହି ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ବିଜେ ମହାପ୍ରଭୁ ମହିମାସାଗର ଏବଂ ତାଳମୁଣ୍ଡଳୀ ବିଜେ ପ୍ରସିଦ୍ଧ ତୃତୀୟା ଦେବଙ୍କ ସମେତ ସୁନାପାଳ ବିଜେ ଦଧିବାମନ, ବନମାଳୀପୁର ତଥା ଗୋପପୁରରେ ମହାପ୍ରଭୁଙ୍କ ଏହି ପାରମ୍ପରିକ ଯାତ୍ରା ଭକ୍ତି ସହକାରେ ପାଳନ ହୋଇଥିବା ଖବର ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories