www.samajalive.in
Sunday, December 7, 2025
15.1 C
Bhubaneswar

ସମ୍ମାନନୀୟ ପ୍ରଣବ: ଦେଶ ବିଦେଶରୁ ମିଳିଥିଲା ଅନେକ ସମ୍ମାନ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି । କିନ୍ତୁ ତାଙ୍କୁ ଦେଶ ବିଦେଶରେ ଏତେ ସମ୍ମାନ ମିଳିଥିଲା ତାହା ଅକଳନୀୟ। ସେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଛି । ଏହା ସହ ବାଂଲାଦେଶ, ଆଇଭରିକୋଷ୍ଟ ପରି ଦେଶ ତାଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି ।

ପ୍ରଣବ ମୁଖାର୍ଜୀଙ୍କୁ  ୨୦୦୮ ମସିହାରେ ପଦ୍ମ ବିଭୂଷଣ ଓ ୨୦୧୯ରେ ଭାରତ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଛି । ୨୦୧୩ରେ ତାଙ୍କୁ ବାଙ୍ଗଲାଦେଶର ସର୍ବୋଚ୍ଚ ସମ୍ମାନ ବାଂଲାଦେଶ ମୁକ୍ତି ଯୋଦ୍ଧା ସମ୍ମାନ, ୨୦୧୬ରେ ଆଇଭରୀକୋଷ୍ଟର ନେସନାଲ ଅର୍ଡ଼ର ଅଫ୍ ଆଇଭରି କୋଷ୍ଟ, ୨୦୧୭ରେ ସାଇପ୍ରସର ଅର୍ଡ଼ର ଅଫ୍ ମାକାରୋସ-୩ ସମ୍ମାନ ସମ୍ମାନିତ ହୋଇଛନ୍ତି ।

- Advertisement -

ଏହାବ୍ୟତୀତ ତାଙ୍କୁ ଇଂଲଣ୍ଡର ଓଲଭର୍ହାମ୍ପଟନର ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡ଼କ୍ଟରେଟ୍, (୨୦୧୧), ଆାସାମ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡ଼ିଲିଟ୍ (୨୦୧୨), ବେଲଗାମ୍ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡ଼କ୍ଟରେଟ୍ (୨୦୧୨), ଢ଼ାକା ବିଶ୍ଵବିଦ୍ୟାଳୟ ପକ୍ଷରୁ ୨୦୧୩ରେ ଏଲଏଲଡ଼ି (ଡ଼କ୍ଟରେଟ୍ ଇନ୍ ଲ), ସେହିପରି ୨୦୧୩ରେ ଇସ୍ତାନବୁଲ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡ଼କ୍ଟରେଟ୍ , କାଲକାଟା ବିଶ୍ଵବିଦ୍ୟାଳୟ ପକ୍ଷରୁ ୨୦୧୪ରେ ସମ୍ମାନଜନକ ଡ଼କ୍ଟରେଟ୍, ଜୋର୍ଡ଼ାନ ବିଶ୍ଵବିଦ୍ୟାଳୟ ପକ୍ଷରୁ ୨୦୧୫ରେ ଡ଼କ୍ଟରେଟ୍, ପାଲେଷ୍ଟାଇନର ଅଲକ୍ବାର୍ଡ଼ ବିଶବିଦ୍ୟାଳୟ ପକ୍ଷରୁ ୨୦୧୫ରେ ସମ୍ମାନଜନକ ଡ଼କ୍ଟରେଟ୍ ପ୍ରଦାନ କରାଯାଇଥିଲ। ସେହିପରି ଇସ୍ରାଏଲର ହେବ୍ରିଉ ବିଶ୍ଵବିଦ୍ୟାଳୟ, ନେପାଳର କାଠମାଣ୍ଡୁ ବିଶ୍ଵବିଦ୍ୟାଳୟ, ଗୋଆ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡ଼କ୍ଟରେଟ୍ ଓ ଯାଦବପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡ଼ିଲିଟ୍ ସମ୍ମାନରେ ସମ୍ମାନିତ କରାଯାଇଛି ।

ଅନ୍ୟପକ୍ଷରେ ତାଙ୍କୁ ବିଶ୍ଵର ଶ୍ରେଷ୍ଠ ବିତ୍ତମନ୍ତ୍ରୀ ଭାବରେ ୧୯୮୪ ମସିହାରେ ୟୁରୋମନୀ ପତ୍ରିକା ସମ୍ମାନିତ କରିଥିବାବେଳେ ବିଶ୍ଵବ୍ୟାଙ୍କ ପକ୍ଷରୁ ୨୦୧୦ରେ ଏସିଆର ଶ୍ରେଷ୍ଠ ଅର୍ଥମନ୍ତ୍ରୀ, ବ୍ୟାଙ୍କର ପକ୍ଷରୁ ୨୦୧୦ରେ ଶ୍ରେଷ୍ଠ ଅର୍ଥମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories