www.samajalive.in
Sunday, December 7, 2025
15.1 C
Bhubaneswar

ମହୁ ସହ ଜଡ଼ିତ ବାସ୍ତୁ ଟିପ୍ସ

ମହୁ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ସଭିଏଁ ଜାଣନ୍ତି। ମାତ୍ର ଆପଣ ହୁଏତ ଜାଣିନଥିବେ ବାସ୍ତୁ ଅନୁଯାୟୀ ମଧ୍ୟ ମହୁର ଅନେକ ବିଶେଷତ୍ୱ ରହିଛି। ଗୃହରେ ମହୁ ରଖିବା ଦ୍ୱାରା ବହୁ ଲାଭ ମିଳିଥାଏ। ଜାଣନ୍ତୁ ଏହା ବିଷୟରେ….
ଗୃହରେ ଖର୍ଚ୍ଚ କମ ହୋଇଥାଏ-
ଯଦି ଆପଣଙ୍କର ଅଯଥାରେ ଧନ ଖର୍ଚ୍ଚ ହେଉଥିବ , ଯେତେ ଚେଷ୍ଟା କଲେ ମଧ୍ୟ ଧନ ସଞ୍ଚୟ କରି ରଖିପାରୁ ନାହାନ୍ତି, ତେବେ ଏଭଳି ସମସ୍ୟରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମହୁ ରଖିବା ଉଚିତ। ମହୁରେ ଥିବା ସକରାତ୍ମକ ଶକ୍ତି ଘରର ନକରାତ୍ମକ ଶକ୍ତିକୁ ଦୂର କରିଥାଏ। ଫଳରେ ଆର୍ଥିକ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।
ଶନିଙ୍କ ପ୍ରଭାବ କମ ହୋଇଥାଏ –
ଗୃହରେ ମହୁ ରଖିବା ଦ୍ୱାରା ଶନିଦେବ ଖୁସି ହୋଇଥାଆନ୍ତି। ତାଙ୍କ କୃପା ସର୍ବଦା ପରିବାର ଉପରେ ରହିଥାଏ। ଶନିଙ୍କ କୌଣସି କୁପ୍ରଭାବ ଗୃହରେ ପଡ଼ିନଥାଏ। ଜାତକରେ ଶନିଙ୍କ ସ୍ଥିତି ମଧ୍ୟ ଭଲ ରହେ।
ସନ୍ତାନଙ୍କ ସହ ଜଡ଼ିତ ସମସ୍ୟା ଦୂର ହୋଇଥାଏ –
ଶନିବାର ଦିନ ଶନିଙ୍କ ନିକଟରେ କଳା ବିରିରେ ଦହି ଓ ମହୁ ମିଶାଇ ଭୋଗ କରନ୍ତୁ। ଏପରି କରିବା ଦ୍ୱାରା ପରିବାରରେ ଶାନ୍ତି, ସନ୍ତାନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ମନ ଶାନ୍ତି ରହିଥାଏ –
ଯଦି ଆପଣଙ୍କ ମନରେ ସର୍ବଦା କୁଚିନ୍ତା ଓ ମନ ଅଶାନ୍ତ, ଗୃହରେ କଳହ ଲାଗି ରହୁଥାଏ, ତେବେ ଘରର ସମସ୍ତ ସଦସ୍ୟ କିଛି ପରିମାଣରେ ମହୁ ଖାଆନ୍ତୁ। ଏପରି କରିବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ।
ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ –
ମହୁ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ଏହା ଓଜନ ହ୍ରାସ କରିବା ସହ ମୁହଁର ଚମକ ବୃଦ୍ଧି କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories