www.samajalive.in
Monday, December 8, 2025
27.1 C
Bhubaneswar

ଆରପାରିରେ ସ୍ୱାଧୀନତା ସଂଗ୍ରାମୀଙ୍କ ଧର୍ମପତ୍ନୀ ହିରାମଣି ସେଠିଆ 

ନବରଙ୍ଗପୁର: ଚିର ନିଦ୍ରାରେ ହିରାମଣି ସେଠିଆ । ରକ୍ତତୀର୍ଥ ପାପଡାହାଣ୍ଡି ସ୍ୱାଧୀନତା ଆନ୍ଦୋଳନର ଶେଷ ମୁକ ସାକ୍ଷୀ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ହିରାମଣୀଙ୍କୁ କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କ ପରିବାର ଲୋକେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଇଥିଲେ । ଆଜି ଭୋର ପ୍ରାୟ ୩ ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିନ ୧୧ ଘଣ୍ଟା ସମୟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର , ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ସ୍ୱାଧୀନତା ସଂଗ୍ରାମୀ ସହିଦ ସ୍ମୃତି ସଂସଦ ଓଡିଶା କାର୍ୟ୍ୟକାରୀ ସଭାପତି ମୁନ୍ନା ତ୍ରିପାଠୀ ପ୍ରମୁଖ ହିରାମଣିଙ୍କ ଶେଷ ଦର୍ଶନ କରିଥିଲେ ।

- Advertisement -

ତାଙ୍କ ମୃତ୍ୟୁ ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି । ହୀରାମଣି ସେଠିଆ ହେଉଛନ୍ତି ନବରଙ୍ଗପୁର ଜିଲ୍ଲାର ଦଳିତ ସ୍ୱାଧୀନତା ସଂଗ୍ରାମୀ ଚୈତନ୍ୟ ସେଠିଆଙ୍କ ଧର୍ମପତ୍ନୀ । ରକ୍ତତୀର୍ଥ ପାପଡାହାଣ୍ଡି ସ୍ୱାଧୀନତା ଆନ୍ଦୋଳନର ଶେଷ ମୁଖ ସାକ୍ଷୀ ଆଜି ସମସ୍ତଙ୍କୁ ଛାଡ଼ି ପରଲୋକରେ ଚାଲିଯାଇଛନ୍ତି । ନବରଙ୍ଗପୁର ଜିଲ୍ଲା ତାରାଗାଁ ଗ୍ରାମର ସହିଦ ଦଳିତ ସ୍ୱାଧୀନତା ସଂଗ୍ରାମୀ ଚୈତନ୍ୟ ସେଠିଆଙ୍କ ଧର୍ମପତ୍ନୀ ହୀରାମଣି ସେଠିଆଙ୍କ ସ୍ୱାସ୍ଥ୍ୟବ୍ୟସ୍ତା ବିଗିଡିଥିବାରୁ ତାଙ୍କୁ ପ୍ରଥମେ ନବରଙ୍ଗପୁର ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବ୍ୟସ୍ତା ରେ ସୁଧାର ନ ଆସିବାରୁ ତାଙ୍କୁ କୋରାପୁଟ ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେ ୧୯୪୨ ମସିହା ଅଗଷ୍ଟ ୨୪ ତାରିଖ ଦିନ ପାପଡାହାଣ୍ଡି ତୁରୀ ନଦୀଠାରେ ହୋଇଥିବା ଗୁଳିକାଣ୍ଡରେ ସାମିଲ ଥିଲେ । ଅଗଷ୍ଟ ୨୪ ତାରିଖ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୩ ତାରିଖ ରାତ୍ରରେ ତାରାଗାଁ ନିକଟସ୍ଥ ଗୁମାଗୁଡା ଜଙ୍ଗଲ ରେ ଗୋରା ସରକାର ବିରୁଦ୍ଧରେ ଲଡେଇ ପାଇଁ ୧୪୦୦ ସ୍ୱାଧୀନତା ସଂଗ୍ରାମୀ ମେଳି ହୋଇ ଏକାଠି ରହି ପରଦିନ ପାଇଁ ପ୍ରସ୍ତୁତି ଚଳାଇ ଥିଲେ ସେତେବେଳେ ହୀରାମଣି ସେଠିଆ ୧୪୦୦ ଜଣଙ୍କୁ ରୋଷେଇ କରି ଖାଇବାକୁ ଦେଇ ସଂଗ୍ରାମ ରେ ସାମିଲ ହୋଇଥିବା କିମ୍ବଦନ୍ତୀ ରହିଛି । ତାଙ୍କ ବିୟୋଗ ରେ ଅଭିବକ୍ତ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories