www.samajalive.in
Monday, December 8, 2025
27.1 C
Bhubaneswar

ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ୬ଟି ଗେଟ

ସମ୍ବଲପୁର: ସାରା ରାଜ୍ୟରେ ୩ ଦିନ ହେବ ଲଘୁଚାପ ଯୋଗୁ ଲାଗି ରହିଛି ପ୍ରବଳ ବର୍ଷା। ଯାହାର ପ୍ରଭାବରେ ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଜଳ ଭଣ୍ଡାର ମଧ୍ୟରୁ ଜଳ ନିଷ୍କାସନ କରିବା ପାଇଁ ୬ ଟି ଗେଟ୍‍ ଖୋଲା ଯାଇଛି। ଗୁରୁବାର ସକାଳ ୧୦ଟା ସୁଦ୍ଧା ଜଳ ଭଣ୍ଡାରର ଜଳ ସ୍ତର ୬୩୦ ଫୁଟ ରହିଛି। ଯାହାକି ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ସ୍ତର। ଜଳ ଭଣ୍ଡାର ମଧ୍ୟକୁ ୧,୨୦,୧୨୫ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୧,୨୦,୧୨୫ ଘନଫୁଟ ଜଳ ୬ଟି ଗେଟ୍‍ ଦେଇ ଜଳ ଭଣ୍ଡାର ବାହାରକୁ ଛଡାଯାଉଛି। ଜଳଭଣ୍ଡାରର ବାମ ପଟେ ୪ଟି ଗେଟ୍‍ ଖୋଲା ଥିବା ବେଳେ ଡାହାଣ ପଟେ ୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories