www.samajalive.in
Monday, December 8, 2025
17.1 C
Bhubaneswar

ସର୍ବଭାରତୀୟ ସମର ଷ୍ଟୋକ ଚମ୍ପିୟାନସିପରେ ନବରଙ୍ଗପୁରର ହିମାଂଶୁଙ୍କ ସଫଳତା

ନବରଙ୍ଗପୁର: ଜାମ୍ମୁକାଶ୍ମୀର ଶ୍ରୀନଗରର ଶେର ଏ କାଶ୍ମୀର ଇଣ୍ଡୋର ଷ୍ଟାଡିୟମଠାରେ ଶେଷ ହୋଇଥିବା ସର୍ବଭାରତୀୟ ସମର ଷ୍ଟୋକ ଚମ୍ପିୟାନସିପରେ ନବରଙ୍ଗପୁରର ହିମାଂଶୁ ପଟ୍ଟନାୟକ ଓଡିଶା ଦଳ ପକ୍ଷରୁ ପ୍ରତିନିଧିତ୍ଵ କରି ଆଇସ ଷ୍ଟୋକ ଖେଳରେ ବିହାର ଦଳକୁ ହରାଇ ଜମୁକାଶ୍ମୀର ଗଭର୍ଣ୍ଣରଙ୍କଠାରୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କୋଚ ହରିଶ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହିମାଂଶୁ ସଫଳତା ହାସଲ କରିଥିବାରୁ ତାଙ୍କୁ ଏବଂ ତାଙ୍କ ପରିବାର ଓ ଶୁଭ ଚିନ୍ତକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଉକ୍ତ ପ୍ରତିଯୋଗିତାରେ ମୋଟ କୋଡିଏଟି ରାଜ୍ୟ ଦଳ ଭାଗ ନେଇଥିଲେ । ଏହି ଖବର ପ୍ରସାରିତ ହେବାମାତ୍ରେ ନବରଙ୍ଗପୁର ଜିଲ୍ଲାରେ କ୍ରୀଡାବିତ ମହଲରେ ଖୁସିର ଲହରୀ ଖେଳିଯାଇଛି। କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହାଲଦ ତ୍ରିପାଠୀ, ଉପସଭାପତି ଏମ. ବାଳାକୃଷ୍ନା ରାଓ, ସହ ସମ୍ପାଦକ ତଥା ପେନକୋଟ ସିଲାଟ ସଙ୍ଘର ଉପଦେଷ୍ଟା ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଶୁଭେଛା ଜଣାଇଛନ୍ତି। ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଚାଲିଥିବା ଏହି କ୍ରୀଡ଼ା ପ୍ରତି ଯୁବ ବର୍ଗ ଆକୃଷ୍ଟ ହେବେ ବୋଲି ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତମାନେ ମତପୋଷଣ କରିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories