www.samajalive.in
Saturday, December 6, 2025
26.1 C
Bhubaneswar

ମାସେ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ରେଜିଷ୍ଟ୍ରେସନ୍‌ ଅବଧି

ଭୁବନେଶ୍ବର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ରେଜିଷ୍ଟ୍ରେସନ୍‌ ଅବଧିକୁ ଆଉ ମାସେ ପାଇଁ ବୃଦ୍ଧି କରାଯାଇଛି । ରାଜ୍ୟ  ପରିବହନ ବିଭାଗ ଏହି ସମୟ ବୃଦ୍ଧି ନିଷ୍ପତ୍ତି ନେଇଛି । ଦ୍ବିତୀୟ ଥର ପାଇଁ  ପରିବହନ ବିଭାଗ ଏହି ଅବଧି ବୃଦ୍ଧି କରିଛି । ଫଳରେ ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ  ରେଜିଷ୍ଟ୍ରେସନ୍‌ ଅବଧି ବୃଦ୍ଧି ପାଇଛି ।

ଗାଡି ନମ୍ବରର  ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ତାରିଖକୁ ରେଜିଷ୍ଟ୍ରେସନର ଶେଷ ସମୟ ଧାର୍ଯ୍ୟ କରାଯାଇଛି । ସେହିପରି ୫, ୬ ଥିଲେ ଡିସେମ୍ବର ୩୧ ପର୍ଯ୍ୟନ୍ତ ପଞ୍ଜିକରଣ ସମୟ ରହିଛି । ଗାଡି ନମ୍ବରର ଶେଷ ଅଙ୍କ  ୭, ୮ ଥିଲେ ଜାନୁଆରୀ ୩୧ ଶେଷ ତାରିଖ ଓ ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବୃଆରୀ ୨୮ ତାରିଖକୁ ଶେଷ ସମୟ ଭାବେ ଧାର୍ଯ୍ୟ କରାଯାଇଛି ।
ତେବେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ପୂର୍ବରୁ ମଧ୍ୟ ଥରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପଞ୍ଜିକରଣ ଅବଧି ବଢ଼ିଥିଲା। ଉପଯୁକ୍ତ ଭିତ୍ତିଭୂମି ନ ଥାଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ରେଜିଷ୍ଟ୍ରେସନ୍‌ ପାଇଁ ଲୋକଙ୍କୁ ବାଧ୍ୟ କରାଯାଉଛି । ଅନ୍ ଲାଇନରେ ବୁକିଂ କଲେ ସ୍ଲଟ ମିଳୁ ନାହିଁ । ତେଣୁ ଗାଡି ମାଲିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ସମୟ ବୃଦ୍ଧି କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories