www.samajalive.in
Tuesday, December 9, 2025
16.1 C
Bhubaneswar

ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶରେ ଖୋଳା ହେଲା ୫ବର୍ଷର ମୃତଦେହ

ଧାମରା:ଧାମରା ନିକଟସ୍ଥ ନରସିଂହପ୍ରସାଦ ଗ୍ରାମରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ୫ ବର୍ଷ ତଳର ମୃତଦେହ ଖୋଳା ଯାଇ ଫୋରେନସିକ କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯାଇଛି। ନରସିଂହପ୍ରସାଦ ଗ୍ରାମର ବୃନ୍ଦାବନ ମହାନ୍ତିଙ୍କ ପତ୍ନୀ ଶକୁନ୍ତଳା ୨୦୧୪ ମସିହାରେ ପ୍ରାଣତ୍ୟାଗ କରିଥିଲେ। ସେହି ସମୟରେ ତାଙ୍କର ମୃତ୍ୟୁକୁ ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିଲା ଏବଂ ତାଙ୍କର ମୃତ୍ୟୁ ପରେ ତାଙ୍କର ସ୍ୱାମୀ ବୃନ୍ଦାବନ ମହାନ୍ତି ୨୦୧୬ ମସିହାରେ ରାଜ୍ୟ ଉଚ୍ଚନ୍ୟାୟାଳୟରେ ୧୪୮୩/୨୦୧୬ରେ ଏକ କେଶ ରୁଜୁ କରିବା ସହ ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ ଫୋରେନସିକ ଟେଷ୍ଟ କରାଯିବା ପାଇଁ ଆବେଦନ କରିଥିଲେ। ପୁନଶ୍ଚ ଏହି ଘଟଣାକୁ ନେଇ ୨୦୧୮ ମସିହାରେ ବାଂଶଡା ଥାନାରେ ୧୭୧ ନଂ ରେ ଏକ ଏତଲା ଦାୟର କରି ତାଙ୍କ ବୋହୂ ବନୀଶ୍ରୀ ମହାନ୍ତି ବୃନ୍ଦାବନଙ୍କ ସ୍ତ୍ରୀ ଶକୁନ୍ତଳା ଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଉଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନକୁ ବିଚାରକୁ ନେଇ ଶକୁନ୍ତଳାଙ୍କ ମୃତଦେହକୁ ଖୋଳିବା ପାଇଁ ନିର୍ଦେଶ ଦେଇଥିଲା। ଆଜି ଏହି ନିର୍ଦେଶରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଏହି ଶକୁନ୍ତଳାଙ୍କ ମୃତଦେହକୁ କୁ ଖୋଳା ଯାଇ ମୃତଦେହର ବିଭିନ୍ନ ଅସ୍ଥି କଙ୍କାଳ ଉଦ୍ଧାର କରାଯାଇ ସେ ସବୁକୁ ସିଲ କରାଯାଇଥିଲା। ଗ୍ରାମବାସୀ ଏବଂ ବାଂଶଡା ଥାନାଧିକାରୀଙ୍କ ଉପସ୍ଥିତିରେ ଏହି ସମସ୍ତ କାର୍ୟ୍ୟସମ୍ପର୍ଣ୍ଣ ହେବା ପରେ ତାହାକୁ କଟକ ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories