www.samajalive.in
Tuesday, December 9, 2025
16.1 C
Bhubaneswar

ଏଲଏସି ଜଗିବ ହେରୋନ୍‌ ଡ୍ରୋନ

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଏବଂ ଚୀନ ମଧ୍ୟରେ ଗତବର୍ଷଠାରୁ ଉତ୍ତେଜନା ଜାରି ରହିଛି। ବାରମ୍ବାର ସୈନ୍ୟ ସ୍ତରୀୟ ଆଲୋଚନା ସତ୍ବେ ଚୀନ ଦୋମୁହାଁ ନୀତି ଛାଡ଼ୁନାହିଁ। ଏଲଏସିରୁ ସେନା ପ୍ରତ୍ୟାହାର ନେଇ ସହମତି ହେବା ପରେ ଚୀନ ପୁଣି ସୈନ୍ୟ ମୁତୟନ କରୁଛି। ତେଣୁ ଚୀନର ଗତିବିଧି ଉପରେ ନଜର ରଖିବା ଲାଗି ଭାରତ ଏଲଏସିରେ ହେରୋନ୍‌ ଡ୍ରୋନ ମୁତୟନ କରିବ। ଇସ୍ରାଏଲଠାରୁ କିଣାଯାଇଥିବା ଏହି ଡ୍ରୋନ ଏଲଏସିରେ ଚୀନ ଉପରେ ନଜର ରଖିବ।

ପିଟିଆଇ ସୂଚନା ଅନୁସାରେ, ଆଗାମୀ କିଛି ମାସ ମଧ୍ୟରେ ଭାରତକୁ ଇସ୍ରାଏଲଠାରୁ ୪ଟି ହେରୋନ ଡ୍ରୋନ ମିଳିବ। ଭାରତୀୟ ସେନା ଏହି ଡ୍ରୋନଗୁଡ଼ିକୁ ୩ବର୍ଷ ପାଇଁ ଆଣିବ। ୪ଟି ଡ୍ରୋନରୁ ୨ଟି ଆସନ୍ତା ଅଗଷ୍ଟ ସୁଦ୍ଧା ସେନାକୁ ମିଳିଯିବ। ଏହି ଡ୍ରୋନର ବିଶେଷତ୍ଵ ହେଉଛି ଯେ, ଏହା ୩୫ ହଜାର ଫୁଟ ଉଚ୍ଚତାରେ ୪୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ। ଯଦି ଏହାକୁ ସୀମାରେ ମୁତୟନ କରାଯାଏ, ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ଶତ୍ରୁପକ୍ଷ ଉପ​‌ରେ ନଜର ରଖାଯାଇପାରିବ।

- Advertisement -

ହେରୋନ୍‌ ଡ୍ରୋନରେ ସ୍ବୟଂଚାଳିତ ଟ୍ୟାକ୍ସି ଟେକ୍‌ ଅଫ ଏବଂ ଲ୍ୟାଣ୍ଡିଂ (ଏଟିଓଏଲ) ଭଳି ବୈଷୟିକ ଜ୍ଞାନକୌଶଳ ବ୍ୟବହାର ହୋଇଛି। ଏହା ସହିତ ଏଥିରେ ସାଟେଲାଇଟ୍‌ ସିଷ୍ଟମ ବି ରହିଛି। ବର୍ତ୍ତମାନ ସମୟରେ ଭାରତୀୟ ସେନା ନିକଟରେ ଯେଉଁ ୮୦ରୁ ୯୦ ହେରୋନ୍‌ ଡ୍ରୋନ ରହିଛି, ତାହାକୁ ବିକଶିତ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହା ଫଳରେ ୩ ସେନାକୁ ସହାୟତା ମିଳିପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories