ଲଗାଣ ବର୍ଷାରେ ଭୁବନେଶ୍ୱର ବେହାଲ
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜଧାନୀ ଭୁବନେଶ୍ଵର ସମେତ ଓଡ଼ିଶାର ଅନେକ ସ୍ଥାନରେ ସୋମବାର ପ୍ରବଳ ବର୍ଷା ଲାଗିରହିଛି। ଯାହା ଫଳରେ ଲୋକମାନେ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଇଛି। ସ୍ମାର୍ଟସିଟି ଭୁବନେଶ୍ଵରରେ ଚାରିଆଡେ ଅଧାଖଣ୍ଡିଆ ଅବସ୍ଥାରେ କାମ ପଡି ରହିଛି। ଯାହା ସାଧାରଣ ଜୀବନ ଯାପନ ପାଇଁ ଅସୁବିଧା ଛିଡାକରିଛି। ଅସରାଏ ବର୍ଷାରେ ଜଳବନ୍ଦୀ ହୋଇ ସାରା ଭୁବନେଶ୍ୱରେ ଥିବା ଡ଼୍ରେନ ଗୁଡିକ ଦିନକୁ ଦିନକୁ ଭୁଶୁଡ଼ିବାରେ ଲାଗିଛି। ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଇସକନମନ୍ଦିର ରୋଡ, ସାସ୍ତ୍ରୀନଗର, ବମିଖାଲ, କଳ୍ପନାଛକ ଆଦି ଜାଗାରେ ଅସରାଏ ବର୍ଷାରେ କୃତିମ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ଯାନବାହାନ ଚଳାଚଳ ବନ୍ଦ ହେବା ସହ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଛି । ଓଭର ବ୍ରିଜ ତଳେ ଥିବା ଭୂତଳ ରାସ୍ତାରେ ଜଳ ନିଷ୍କାସନ ହୋଇପାରୁନଥିବାରୁ ସାଧାରଣ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।
Comments are closed.