www.samajalive.in
Monday, December 8, 2025
27.1 C
Bhubaneswar

ଘରୋଇ ଉପାୟରେ ଦୂର କରନ୍ତୁ ହାଡ଼ ଜନିତ ବହୁ ସମସ୍ୟା

ହାଡ଼ ସହ ଜଡ଼ିତ ବିଭିନ୍ନ ସମସ୍ୟା ବହୁ ଲୋକଙ୍କ ଚିନ୍ତାର ଏକ କାରଣ। ଜୀବନଶୈଳୀରେ ହେଉଥିବା ପରିବର୍ତ୍ତନ ହାଡ଼ ଜନିତ ବହୁ ସମସ୍ୟା ସୃଷ୍ଟି କରେ। ନିତିଦିନିଆ କାର୍ଯ୍ୟ ଯୋଗୁ ଆମେ ନିଜର ଖାଦ୍ୟପେୟ, ସ୍ୱାସ୍ଥ୍ୟର ସଠିକ ଭାବେ ଯତ୍ନ ନେଇପାରି ନଥାଉ। ଏହି କାରଣରୁ ବିଭିନ୍ନ ପୋଷକ ତତ୍ତ୍ୱର ଅଭାବରେ ଆମ ଆଣ୍ଠୁ ଗଣ୍ଠି ବ୍ୟଥା ଓ ହାଡ଼ ଜନିତ ବିଭିନ୍ନ ସମସ୍ୟା ଦେଖାଯାଏ। କିଛି ସହଜ ଘରୋଇ ଉପାୟ ଅବଲମ୍ବନ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କ’ଣ….
ରସୁଣ –
ନିୟମିତ ରସୁଣ ଖାଇବା ଦ୍ୱାରା ହାଡ଼କୁ ସଠିକ ଭାବେ ପୋଷକ ତତ୍ତ୍ୱ ମିଳିବା ସହ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଅଲ, ଆଣ୍ଟିଫଙ୍ଗଲ, ଆଣ୍ଟିବାୟୋଟିକ, ଆଣ୍ଟି ଇଫ୍ଲେମେଟ୍ରି ଗୁଣ ହାଡ଼ ଗଣ୍ଠିରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।
ବ୍ରୋକୋଲି –
ପୋଷକ ତତ୍ତ୍ୱରେ ଭରପୁର ବ୍ରୋକୋଲି ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଖୁବ ସହାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, କାର୍ବୋହାଇଡ଼୍ରେଟ, ପ୍ରୋଟିନ, ଭିଟାମିନ ଏ, ସି, କ୍ୟାଲସିୟମ ଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ବେଶ ଆବଶ୍ୟକ।
ହଳଦୀ ଗୁଣ୍ଡ –
ଆଣ୍ଠୁଗଣ୍ଠି ଯନ୍ତ୍ରଣା ଥିବା ବ୍ୟକ୍ତି ମାନେ ନିୟମିତ ହଳଦୀ ଖାଇବା ଉଚିତ। ଏଥିରେ ଥିବା ପୋଷକ ତତ୍ତ୍ୱ ଯନ୍ତ୍ରଣାକୁ ଦୂର କରିବା ସହ ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖେ।
ବଥୁଆ ଶାଗ –
ବଥୁଆ ଶାଗର ରସ ହାଡ଼ ଜନିତ ସମସ୍ତ ସମସ୍ୟା ପାଇଁ ବେଶ ହିତକାରକ। ନିଜ ଖାଦ୍ୟରେ ପ୍ରତିଦିନ ବଥୁଆ ଶାଗ ଖାଇବା ସହ ୧ ଚାମଚ ଏହାର ରସକୁ ମଧ୍ୟ ପିଅନ୍ତୁ। ନିୟମିତ ଏହାକୁ ୨ ମାସ ଖାଇବା ଦ୍ୱାରା ଆପଣ ନିଜେ ଅନୁଭବ କରିବେ ହାଡ଼ ଜନିତ ସମସ୍ତ ସମସ୍ୟା ପାଇଁ ଏହା ଆଶୀର୍ବାଦ।
ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ-
ନିୟମିତ ବ୍ୟାୟାମ କରନ୍ତୁ।
ସକାଳ ହେଉ ଅଥବା ସନ୍ଧ୍ୟାରେ ୧୦ ମିନିଟ ନିଶ୍ଚୟ ଚାଲନ୍ତୁ।
ଠିକ ସମୟରେ ଖାଦ୍ୟ ଖାଆନ୍ତୁ।
ଫାଷ୍ଟଫୁଡ଼ ଖାଦ୍ୟ ଖାଆନ୍ତୁ ନାହିଁ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories