www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରବାସୀଙ୍କ ପାଇଁ ସ୍ବାସ୍ଥ୍ୟବିଭାଗର ମାର୍ଗଦର୍ଶିକା

ଭୁବନେଶ୍ୱର : ରାଜ୍ୟ ବାହାରୁ ​ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସଙ୍ଗରୋଧର ନିୟମ ଏବଂ ନମୁନା ସଂଗ୍ରହ ବେଳେ କିଭଳି ସୁରକ୍ଷିତ ରହିବା ତାହା ଉପରେ ଦର୍ଶାଇଛନ୍ତି। ସେ ଦର୍ଶାଇଛନ୍ତି ଯେ ପ୍ରବାସୀ ଓଡ଼ିଆ ଏବେ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ ଓ କଲକାତା ଭଳି ଅତ୍ୟଧିକ ସଂକ୍ରମଣ ଜନିତ ସ୍ଥାନରୁ ଆସିବା ପାଇଁ ରହିଛନ୍ତି। ଯେଉଁମାନେ ବାହାର ରାଜ୍ୟରୁ ଆସିବେ ସେମାନେ ପ୍ରଥମେ ନାମ ପଞ୍ଜୀକରଣ କରିବା ସହ ୧୪ଦିନ ସଙ୍ଗରୋଧରେ ରହିବାପାଇଁ ଅନଲାଇନରେ ଲିଖିତ ଭାବେ ଜଣାଇବା ବାଧ୍ୟତାମୂଳକ। ଏହି ଅବସରରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଗୃହ ସଙ୍ଗରୋଧ ସମୟରେ ବ୍ୟକ୍ତିଙ୍କ ଘରେ ସଙ୍ଗରୋଧ ସମ୍ବନ୍ଧୀୟ ଷ୍ଟିକର ଲଗାଯିବ। ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ତଥା ଜିଲା ସର୍ବେକ୍ଷଣ ଦଳ ନିୟମିତ ଭାବେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବେ। ଯଦି ଏହି ସମୟ ମଧ୍ୟରେ କିଛି ଲକ୍ଷଣ ପ୍ରକାଶ ପାଏ ତେବେ ନିଦାନ ପରୀକ୍ଷା କରାଇବା ସହିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିବେ।
ଯେଉଁମାନେ ଗୃହ ସଙ୍ଗରୋଧରେ ରହିବାକୁ ଚାହିଁବେ ସେମାନେ ପରିବାରର ବୃଦ୍ଧ, ଶିଶୁ, ଗର୍ଭବତୀ ଓ ମଧୁମେହ ରୋଗୀଙ୍କଠାରୁ ଦୂରରେ ରହିବେ। ତାଙ୍କର ବ୍ୟବହୃତ ବିଛଣା, ଲୁଗାପଟା, ଗାମୁଛା ଅନ୍ୟ କେହି ବ୍ୟବହାର କରିବେ ନାହିଁ। ଯେଉଁ ଘରେ ରହିବେ ସେଠାରେ ମୁକ୍ତ ବାୟୁ ଚଳାଚଳ କରୁଥିବ। ପାଇଖାନାକୁ ନିୟମିତ ସଫା କରିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯେଉଁମାନଙ୍କଠାରେ ଲକ୍ଷଣ ନଥିବ ସେମାନେ ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିବେ ସେମାନେ ନିଜ ଘରେ ସଙ୍ଗରୋଧରେ ରହିପାରିବେ। ଏଥିପାଇଁ ତାଙ୍କ ଘରେ ସବୁପ୍ରକାର ବ୍ୟବସ୍ଥା ଥିବା ଆବଶ୍ୟକ। ଜଣେ ସେବାକାରୀ ତାଙ୍କ ପାଇଁ ଦରକାର, ଯିଏ କି ଚିକିତ୍ସକଙ୍କ ସହ ଯୋଗାଯୋଗରେ ରହିବେ। ଶ୍ବାସରୁଦ୍ଧ, ଛାତିରେ ଯନ୍ତ୍ରଣା କିମ୍ବା ବାଉଳି ଚାଉଳି ହେବା ସହିତ ମୁହଁ ନୀଳ ପଡିବା ଭଳି ଲକ୍ଷଣ ଦେଖାଦେଲେ ରୋଗୀଙ୍କୁ ତୁରନ୍ତ ଚିକିତ୍ସାଳୟକୁ ପଠାଇବା ଆବଶ୍ୟକ। ନଚେତ୍ ଚିକିତ୍ସକଙ୍କ ପ୍ରମାଣପତ୍ର ଦ୍ବାରା ହିଁ ସେ ଘରେ ସଙ୍ଗରୋଧରେ ରହିପାରିବେ। ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ କିଭଳି ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ସେନେଇ ଶ୍ରୀ ମହାପାତ୍ର ମାର୍ଗଦର୍ଶିକାରେ ଦର୍ଶାଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏକ ଟିମ୍ ପ୍ରସ୍ତୁତ କରିବେ। ସେଥିରେ ଆଶା କର୍ମୀଙ୍କ ସହିତ ପୁରୁଷ ଓ ମହିଳା ସ୍ବାସ୍ଥ୍ୟ କର୍ମୀ ରହିବେ। ଉକ୍ତ ଟିମ୍ ଲକ୍ଷଣ, ବିଲକ୍ଷଣ, ଗର୍ଭବତୀ, ୬୦ବର୍ଷରୁ ଉର୍ଦ୍ଧ୍ବ ଓ ରୋଗାକ୍ରାନ୍ତ ବର୍ଗର ଲୋକଙ୍କୁ ପରୀକ୍ଷା କରିବାପାଇଁ ଭିନ୍ନ ଭିନ୍ନ ପ୍ରକାରେ ନମୁନା ସଂଗ୍ରହ କରିବେ। ନମୁନା ସଂଗ୍ରହ ବେଳେ ହାତରେ ଗ୍ଲୋବସ ପିନ୍ଧିବା ସହିତ ସାନିଟାଇଜ କରିବା, ଡିଜିଟାଲ ଥର୍ମୋମିଟର ଓ ବିଶ୍ଲେଷଣପତ୍ର ଧରି ସାଙ୍ଗରେ ଯିବାକୁ କୁହାଯାଇଛି। ଏହାବାଦ୍ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍ ପାଇଁ ମଧ୍ୟ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରତ୍ୟେକ ଭ୍ରାମ୍ୟମାଣ ଟିମରେ ୨ଜଣ ତାଲିମପ୍ରାପ୍ତ ଏଲଟି, ଡାଟା ଏଣ୍ଟ୍ରି ଅପରେଟର, ସହାୟକ ଓ ସଫେଇ କର୍ମଚାରୀ ରହିବେ। ସ୍ବାସ୍ଥ୍ୟକର୍ମୀମାନେ ସୁରକ୍ଷା ଉପକରଣ ପିନ୍ଧି ନମୁନା ସଂଗ୍ରହ କରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories